କିମ୍‌ଙ୍କୁ ଘାରିଛି କ୍ଷେପଣାସ୍ତ୍ର ନିଶା

0 48

ନୂଆଦିଲ୍ଲୀ ୧୧।୦୮: ଉତ୍ତର କୋରିଆ କୋଭିଡ୍-୧୯ରେ ନିଜର ପ୍ରଥମ କରୋନା କେସ୍‌ ବିଷୟରେ ସୂଚନା ଦେଇନଥିଲେ ବି ଦୁଇ ସପ୍ତାହ ପୂର୍ବେ କାସୋଙ୍ଗ ସହରକୁ ବନ୍ଦ କରି ଦେଇଥିଲା। ନିକଟରେ ୪୩  ହଜାର ରେଡ୍ କ୍ରସ ସ୍ଵଂୟସେବକଙ୍କୁ ସହାୟତା କରିବା ପାଇଁ ଉକ୍ତ ସହରକୁ ପଠାଯାଇଥିଲା। ଏହି ସହର ଦକ୍ଷିଣ କୋରିଆ ସୀମାରୁ ଅନେକ ମାଇଲ ଦୂରରେ ଅବସ୍ଥିତ। ଏହି ସବୁ ପଦକ୍ଷେପ ଉପରେ ନଜର ପକାଇଲେ ଜଣା ପଡୁଛି ଯେ, ଉତ୍ତର କୋରିଆରେ କରୋନା ସଂକ୍ରମଣ ମୁଣ୍ଡ ଟେକୁଛି, କିନ୍ତୁ ସେଠାକାର ଏକଛତ୍ରବାଦ ଶାସକ କାରଣରୁ ଖବର ପ୍ରକାଶ ପାଉନାହିଁ। ଏହା ପରେ ବି କିମ୍ ଜୋଙ୍ଗ ଉନଙ୍କୁ କରୋନା ଚିନ୍ତା ନାହିଁ। କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ତାଙ୍କୁ ଚିନ୍ତା ଘାରିଛି।

ଅଧିକାରୀ କହିଛନ୍ତି ଯେ, ଜଣେ ସନ୍ଦିଗ୍ଧ କରୋନା ବ୍ୟକ୍ତି ଦକ୍ଷିଣ କୋରିଆରୁ ଆସି ଦେଶରେ ଅବୈଧ ଭାବେ ପ୍ରବେଶ କରିଛି। କରୋନା ଭାଇରସ୍‌ରେ ସମଗ୍ର ଦୁନିଆରେ ୨ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏଂ ଏଥିରୁ ପାଖାପାଖି ଏକ ଚତୁର୍ଥାଂଶ ଲୋକଙ୍କ ଏହି ଭାଇରସ୍‌ରେ ମୃତ୍ୟୁ ଘଟିଛି। ଏହି ପରି ଘଡିସନ୍ଧି ସମୟରେ ମଧ୍ୟ କିମ୍ ଜୋଙ୍ଗ ଉନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ପ୍ରସ୍ତୁତି କରୁଛନ୍ତି।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ ପୂର୍ବରୁ ଦାବି କରିଥିଲେ ଯେ, ତାଙ୍କ ଦେଶ କରୋନା ପ୍ରଭାବିତ ହୋଇ ନାହିଁ। କିନ୍ତୁ ଏହାର ଓଲଟା ୧୦ ହଜାର ଲୋକଙ୍କୁ କ୍ଵାରେଣ୍ଟାଇନ କରାଯାଇଥିଲା। ଯଦି ଉତ୍ତର କୋରିଆରେ ଏହାର ପ୍ରକୋପ ଥାନ୍ତା ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ଲୋକଙ୍କ ମୃତ୍ୟୁହାର ଅଧିକ ଥାନ୍ତା। ବିଶେଷଜ୍ଞ ଏହା ମଧ୍ୟ ଦାବି କରିଛନ୍ତି ବିଶ୍ଵର ସାଂପ୍ରତିକ ପରିସ୍ଥିତି ପରେ ମଧ୍ୟ କିମ  ଜୋଙ୍ଗ ଉନ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ପ୍ରସ୍ତୁତି କରି ପାରନ୍ତି।

ସମଗ୍ର ବିଶ୍ଵରେ କରୋନା ଭୂତାଣୁ ସଂକ୍ରମଣ ଅନେକ ଦେଶକୁ ବରବାଦ କରି ସାରିଲାଣି। ଯଦି ଉତ୍ତର କୋରିଆରେ ଏହାର ପ୍ରକୋପ ବଢେ ତେବେ ସ୍ଥିତି ଅଧିକ ସାଙ୍ଘାତିକ ହୋଇପାରେ କାରଣ ଉତ୍ତର କୋରିଆରେ ସ୍ଵାସ୍ଥ୍ୟବସ୍ଥା ଅତି ଦୟନୀୟ ରହିଛି। ସେଠାରେ ସ୍ଵାସ୍ଥ୍ୟର ଆନୁସଙ୍ଗିକ ସୁବିଧା ସୁଯୋଗ ମଧ୍ୟ ନାହିଁ। ଏହା ପରେ କିମ୍  ଜୋଙ୍ଗ ଉନ ଦେଶର ମୌଳିକ ସୁବିଧା ପ୍ରତି ଧ୍ୟାନ ନଦେଇ ମିସାଇଲ ପରୀକ୍ଷଣ ପ୍ରତି ଅଧିକ ରୁଚି ଦେଖାଉଛନ୍ତି।

ଦ ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍(CSIS) ଦାବି କରିଛି ନାଗରିକଙ୍କ ପାଇଁ ଆଗାମୀ ସମୟ ଅଧିକ ଜଟିଳ ସ୍ଥିତି ଉତ୍ପନ କରିପାରେ। କାରଣ ଉତ୍ତର କୋରିଆ କୁପୋଷଣ ସହିତ ସଂଘର୍ଷ କରୁଛି। ପ୍ରତିବର୍ଷ ଦେଶରେ ୧-୨ ମିଲିୟନ ମେଟ୍ରିକ ଟନ ଭୋଜନର ଅଭାବ ପରିଲଖିତ  ହେଉଛି।

ବିଶେଷଜ୍ଞଙ୍କ ଅନୁଯାୟୀ ଉତ୍ତର କୋରିଆର ଜନସଂଖ୍ୟା କମ। କିନ୍ତୁ ୬୦ କିମ୍ବା ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଜୀବନ ପ୍ରତି କରୋନା ବିପଦ ରହିଛି। ଉତ୍ତର କୋରିଆର ଜନସଂଖ୍ୟା ୨ କୋଟି ୫୦ ଲକ୍ଷରୁ ଅଧିକ ରହିଛି। ଯଦି କରୋନା ବ୍ୟାପିଥାନ୍ତା ତେବେ ସ୍ଥିତି ଏଠାରେ ସଙ୍ଗୀନ ହୋଇଥାନ୍ତା ବୋଲି ବିଶେଷଜ୍ଞ କହିଛନ୍ତି।

ସିଏସଆଇଏସ ୟୁଏସ ସମର୍ଥିତ ଏକ ଥିଙ୍କ ଟ୍ୟାଙ୍କ। ଏହାର କହିବା କଥା ଉତ୍ତର କୋରିଆ କରୋନା କାରଣରୁ ଦେଶର ପଶ୍ଚିମ ପ୍ରାନ୍ତ ସହ ଯୋଗାଯୋଗ ହୋଇ ପାରୁନଥିଲେ ବି କ୍ଷେପଣାସ୍ତ୍ର ପରୀକ୍ଷଣ କରିପାରେ।

ଏହି ଥିଙ୍କ ଟ୍ୟାଙ୍କ ଏହା ମଧ୍ୟ ଉଲ୍ଲେଖ କରିଛି କିମ୍ ଜୋଙ୍ଗ ଉନ କ୍ଷେପଣାସ୍ତ୍ର ପରୀକ୍ଷଣ ସେହି ସମୟରେ ମଧ୍ୟ କରିଥିଲେ ଯେବେ କାର୍ଯ୍ୟ କରିବାର କୂଟନୈତିକ ଅଭାବ ରହିଥିଲା ଏବଂ ସେହି ସମୟରେ ଆମେରିକାର ନିର୍ବାଚନ ପାଖେଇ ଆସୁଥିଲା। ଆମେରିକାରେ ଯେବେ ନିର୍ବାଚନ ହୁଏ ସେହି ବର୍ଷ ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥାଏ।

Leave A Reply

Your email address will not be published.