ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପୂର୍ବରୁ ଭାଙ୍ଗିଗଲା ମହାସେତୁର ଆପ୍ରୋଚ ରୋଡ

0 67

whatsapp sharing button

ପାଟନା ୧୨/୦୮ : ବିହାରରେ ପୁଣି ଏକ ପୋଲର ଆପ୍ରୋଚ ରୋଡ଼ ଉଦଘାଟନ ପୂର୍ବରୁ ଭାଙ୍ଗି ଯାଇଛି | ମାମଲା ଗୋପାଳଗଞ୍ଜ ସହ ଜଡିତ | ବିଧବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଙ୍ଗରା ଘାଟ ମହାସେତୁକୁ ଉଦଘାଟନ କରିବାର ଥିଲା | ମହାସେତୁର ଆପ୍ରୋଚ ରୋଡ଼ ପାଖାପାଖି ୫୦ ମିଟର ପରିଧିରେ ଭାଙ୍ଗି ଯାଇଛି | ଭାଙ୍ଗି ଯାଇଥିବା ରୋଡ଼କୁ ପୁଣିଥରେ ନିର୍ମାଣ କରିବାକୁ ଉଦ୍ୟମ ଜାରି ରହିଛି | ବିହାର ରାଜ୍ୟ ପୋଲ ନିର୍ମାଣ ନିଗମର ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମ୍ବେଦକ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି | ଶହ ଶହ ସଂଖ୍ୟାରେ ଶ୍ରମିକ କାମରେ ଲାଗିଛନ୍ତି | ଦୁଇଟି ଜେସିବି ଲଗାଇ ପୁଣି କାମ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି | ଗୋପାଳଗଞ୍ଜର ବୈକୁଣ୍ଠପୁରରେ ୭ଟି ଜାଗାରେ ବନ୍ଧ ଭାଙ୍ଗିଥିବା ଜଣାପଡିଛି | ଏହି ବନ୍ଧ ଭାଙ୍ଗିବା ପରେ ବଙ୍ଗରା ଘାଟ ମହାସେତୁ ନିକଟରେ ୫ କିମି ଦୂରରେ ଥିବା ଆପ୍ରୋଚ ରୋଡ଼ ପାଣି ସ୍ରୋତରେ ହଠାତ ଭାଙ୍ଗି ଯାଇଛି |

ସବୁଠାରୁ ବଡ କଥା ହେଲା ଏହି ଆପ୍ରୋଚ ରୋଡ଼ ୧୨ ଦିନ ପୂର୍ବରୁ ଭାଙ୍ଗିଥିଲା | ଏହାକୁ ପୁଣି ମୋଟରେବଲ କରିବାକୁ ଚେଷ୍ଟା କରାଯାଉଛି | ଏହି ମାମଲାରେ ବିହାର ରାଜ୍ୟ ପୋଲ ନିର୍ମାଣ ନିଗମ ଡେପୁଟି ଚିଫ ଇଞ୍ଜିନିୟର ସାକିର ଅଲିଙ୍କୁ ପ୍ରଶ୍ନ ପଚାରିବାରୁ ସେ ଏହାକୁ ଏକ ସାମାନ୍ୟ ଘଟଣା ବୋଲି କହିଛନ୍ତି | ପୋଲ ନିର୍ମାଣ ଓ ରାସ୍ତା ନିର୍ମାଣ କାମରେ କୌଣସି ପ୍ରକାର ଦୁର୍ନୀତି ହୋଇନାହିଁ ବୋଲି ସେ କହିଛନ୍ତି | ସବୁ କାମ ଗୁଣବତ୍ତା ମାନକ ଅନୁରୂପ କରାଯାଇଛି ଏବଂ ଉଦଘାଟନ ସମାରୋହ ପୂର୍ବରୁ ଏହାକୁ ଠିକ କରିଦିଆଯିବା ବୋଲି ସେ କହିଛନ୍ତି |

ବଙ୍ଗରା ଘାଟ ମହାସେତୁର ଛପରା ସାଇଡରେ ପାଖାପାଖି ୧୧ କିମି ଏବଂ ମୁଜାଫରପୁର ସାଇଡରେ ୮ କିମି ଲମ୍ବା ଆପ୍ରୋଚ ରୋଡ଼ ନିର୍ମାଣ କରାଯାଇଛି | ଏଥିପାଇଁ ପାଖାପାଖି ୫୦୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି | ବର୍ତ୍ତମାନ ପ୍ରଶ୍ନ ଉଠୁଛି, ୫୦୯ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିବା ମହାସେତୁ ଓ ଏହାର ଆପ୍ରୋଚ ରୋଡ଼ ଉଦଘାଟନ ପୂର୍ବରୁ କାହିଁକି ଭାଙ୍ଗିଗଲା |

Leave A Reply

Your email address will not be published.