ବିଦ୍ୟୁତ ଆଘାତରେ ୩ ମୃତ

0 79

ଭୁବନେଶ୍ୱର : ରାଜଧାନୀରେ ଆଜି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । ରାଜଧାନୀ ଉପକଣ୍ଠ ଖଣ୍ଡଗିରୀ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଖଣ୍ଡଗିରୀ ଥାନା ଅନ୍ତର୍ଗତ ଡୁମୁଡୁମା ଅଞ୍ଚଳରେ ଜଣେ ଶିଶୁ ବାଲକୋନୀକୁ ଯାଇଥିଲା । ପ୍ରବଳ ବର୍ଷା ହେଉଥିବାରୁ ବାଲକୋନୀ ପାଖ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ସଟ ସର୍କିଟ ହୋଇଥିଲା । ଫଳରେ ତାରର କିଛି ଅଂଶ ଶିଶୁ ଉପରେ ପଡିଯାଇଥିଲା । ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ପାଖରେ ଠିଆ ହୋଇଥିବା ତାର ମା’ ଓ ଖୁଡୀ ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ସେମାନେ ମଧ୍ୟ ଏହି ବିଦ୍ୟୁତ ସଂସ୍ପର୍ଶର୍ରେ ଆସିଥିଲେ । ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.