ସେଲଫି ନେଉ ନେଉ ଝରଣାକୁ ଖସିପଡିଲେ ୨ ଯୁବକ

0 72

ଜଣଙ୍କ ମୃତଦେହ ଉଦ୍ଧାର-ଅନ୍ୟ ଜଣେ ନିଖୋଜ

ପଦ୍ମପୁର : ସେଲଫି ହେଲା କାଳ, ଚାଲିଗଲା ଜୀବନ। ପଦ୍ମପୁର ଉପାଖଣ୍ଡ ପାଇକମାଲ ଥାନା ନୃସିଂହନାଥଠାରେ ଏଭଳି ଦୁଃଖ ଘଟଣା ଘଟିଛି। ପାଇକମାଳ ଥାନା ନୃସିଂହନାଥ କପିଳଧାର ଝରଣାରେ ସେଲ୍‌ଫି ନେବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟଜଣଙ୍କର ପତ୍ତା ମିଳି ନାହିଁ।  ମିଳିଥିବା ସୂଚନା ଅନୁସାରେ ପାଇକମାଳ ଥାନା ଝିଟିକା ଗ୍ରାମର ୩ ଜଣ କଲେଜ ଛାତ୍ର ମଧ୍ୟାହ୍ନରେ ନୃସିଂହନାଥ କପିଳଧାରକୁ ଯାଇଥିଲେ। କପିଳଧା ଝରଣା ଉପରୁ ଠିଆ ହୋଇ ସେଲଫି ନେବାବେଳେ ୨ ଜଣ ସାଙ୍ଗ ତଳକୁ ଖସି ପଡିଥିଲେ।  ତୃତୀୟ ଜଣ ସଙ୍ଗେ ସଙ୍ଗେ ପାଇକମାଳ ଥାନାରେ ଖବର ଦେଇଥିଲେ। ପାଇକମାଳ ଥାନା ଡିଏସ୍‌ପି ଦିନେଶ ନାୟକ ଆଇଆଇସି ବିଶ୍ବଜିତ ମନବୋଧ, ପାଇକମାଳ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିଥିଲେ। ଯୁବକ  ଦୁଇଜଣ ହେଲେ ପାଇକମାଲ ଥାନା ଅନ୍ତର୍ଗତ ଝିଟିକି ଗ୍ରାମ ବିଜୟ ମହାକୁଡ, ତାଙ୍କ ବୟସ ୧୮ ବର୍ଷ ଏବଂ କ୍ଷୀରୋଦ ସୁନା, ତାଙ୍କ ବୟସ ୧୮ ବର୍ଷ। ଖୋଜାଖୋଜି ଜଣଙ୍କର ମୃତ ଶରୀର ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କର ଶବ ଉଦ୍ଧାର ପାଇଁ ଚେଷ୍ଟା ଚାଲିଥିବା ପାଇକମାଲ ଥାନା ଅଧିକାରୀ ବିଶ୍ବଜିତ ମନୋବଧ ସୂଚନା ଦେଇଛନ୍ତି।

Leave A Reply

Your email address will not be published.