ଓଲି ସରକାରଙ୍କ ସହାୟତାରେ ନେପାଳ ଜମି ଅଧିକାର କରିଚାଲିଛି ଚୀନ୍ : ରିପୋର୍ଟ

0 74

ନୂଆଦିଲ୍ଲୀ : ନେପାଳର ଅନେକ ଅଞ୍ଚଳରେ ଚୀନ୍ ବେଆଇନ ଜମି ଅଧିକାର କରିଛି । ନେପାଳ ସୀମାର ୭ରୁ ଅଧିକ ଜିଲ୍ଲାରେ ·ଇନା ଏହି କାର୍ଯ୍ୟ ଜାରି ରଖିଛି । ନେପାଳର କୃଷି ମନ୍ତ୍ରଣାଳୟର ସର୍ଭେ ବିଭାଗର ଏକ ରିପୋର୍ଟକୁ ଦର୍ଶାଇ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ଏହି ସୂଚନା ଦେଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଚୀନ୍ ଏହି ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ନେପାଳ ସୀମାକୁ ପଛକୁ ଠେଲି ଦିଆଯାଉଛି । ସୂଚନାଯୋଗ୍ୟ ଯେ ଏହି ରିପୋର୍ଟ ଅଧିକ ଉନ୍ମୋଚିତ ହୋଇନାହିଁ । ତେଣୁ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହାର କାରଣ ହେଉଛି ନେପାଳୀ କମ୍ୟୁନିଷ୍ଟ ପାର୍ଟି (ଏନସିପି) ·ହୁଁ ନାହିଁ ଯେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ଏଜେଣ୍ଡା ସହ ତିକ୍ତତା ସୃଷ୍ଟି ହେଉ । ବିଶ୍ୱାସ କରାଯାଏ ଯେ ଚୀନ୍ ନେପାଳର ଅନେକ ଅଞ୍ଚଳରେ ଏହାର ରାସ୍ତା ନିର୍ମାଣ କରିଛି ଏବଂ ଏହି କାର୍ଯ୍ୟକଳାପ ଜାରି ରଖିଛି । ସିସିପିକୁ ଅସନ୍ତୁଷ୍ଟ ନକରିବା ପାଇଁ ଓଲି ସରକାର ଏହି ସମଗ୍ର ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛନ୍ତି । ଚୀନ୍ର ବିସ୍ତାରବାଦୀ କାର୍ଯ୍ୟକଳାପର ଶିକାର ହୋଇଥିବା ନେପାଳର ଜିଲ୍ଲାଗୁଡ଼ିକ ମଧ୍ୟରେ ଡୋଲଖା, ଗୋର୍ଖା, ଧରଚୁଲା, ହୁମଲା, ସିନ୍ଧୁପାଲଚୋକ୍, ସାଧୁ ସଭା ଏବଂ ରସୁଆ ରହିଛି । ନେପାଳର ସର୍ଭେ ଏବଂ ମ୍ୟାପିଂ ବିଭାଗ ଅନୁଯାୟୀ ଚୀନ୍ ନେପାଳର ସୀମାକୁ ଡୋଲଖାରେ ୧୫୦୦ ମିଟର ପର୍ଯ୍ୟନ୍ତ ମାଡ଼ିବସିଛି । ସେହିଭଳି ମାନବ ଅଧିକାର ଆୟୋଗ ମଧ୍ୟ କହିଛନ୍ତି ଯେ ଧର୍ଚୁଲା ଜିଲ୍ଲାର ଜିୟୁଜୁ ଗାଁର କିଛି ଅଂଶ ନେପାଳ ଦଖଲ କରିଛି । ପୂର୍ବରୁ ନେପାଳରେ ଥିବା ଏହି ଗାଁର ଅନେକ ଘର ବର୍ତ୍ତମାନ ଚୀନ୍ ଅଞ୍ଚଳକୁ ·ଲିଆସିଛି । ନେପାଳର କୃଷି ମନ୍ତ୍ରଣାଳୟ ମଧ୍ୟ ଏକ ରିପୋର୍ଟରେ ଚୀନ୍ ଦଖଲ ପ୍ରସଙ୍ଗ ଉଠାଇଛି ।

Leave A Reply

Your email address will not be published.