ରେଳ ଓଭରବ୍ରିଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ

0 78

ବ୍ରହ୍ମପୁର, ୧୨|୦୯ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରେଳ ଓଭରବ୍ରିଜକୁ ଶନିବାର ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ରେଳ ଓବର ବ୍ରିଜର ଉଦଘାଟନ କରିଛନ୍ତି । ଲାଞ୍ଜିପଲ୍ଲୀ ଇଞ୍ଜିନିୟରିଂ ସ୍କୁଲ ଛକ ମଧ୍ୟରେ ୨୭.୪୨ କୋଟି ଟଙ୍କାରେ ଏହି ବ୍ରିଜକୁ ନିର୍ମାଣ କରାଯାଇଛି । ଏତତ୍ ବ୍ୟତୀତ ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟିର କପା ପ୍ରକ୍ରିୟାକରଣ କାରଖାନାର ଭିତ୍ତିପ୍ରସ୍ତର ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ସ୍ଥାପନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ମୁକାବିଲାରେ ଗଞ୍ଜାମବାସୀ ଆଗକୁ ଆସିବା ସହ ସହାଯୋଗ କରିଛନ୍ତି । ଏହାସହ ଜିଲ୍ଲା ପ୍ରଶାସନ, କରୋନା ଯୋଦ୍ଧା ଆଦିଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ବ୍ରହ୍ମପୁର ସହର ଦକ୍ଷିଣ ଓଡିଶାର ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବାଣିଜ୍ୟିକ ହବ୍ । ୨୭ କୋଟି ଟଙ୍କା ବ୍ୟୟରେ ନୂଆ କରି ତିଆରି ହୋଇଥିବା ରେଳ ଓଭର ବ୍ରିଜ୍ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିବ । ଲୋକମାନେ ଆଉ ହଇରାଣ ହେବେ ନାହିଁ ।

ଏହାସହ କପା ପ୍ରକ୍ରିୟାକରଣ କାରଖାନାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିଗପହଣ୍ଡି ସମେତ ୬ଟି ବ୍ଲକର କପାଚାଷୀ ଏହି ପ୍ରକଲ୍ପରେ ଉପକୃତ ହେବେ । ପ୍ରାୟ ଶହେ କୁଶଳୀ ଓ ଅଣକୁଶଳୀ କାରିଗର ଏଠାରେ ନିଯୁକ୍ତି ପାଇବେ । ଗଞ୍ଜାମରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । କିନ୍ତୁ ଏବେବି ବିପଦ ଟଳିନାହିଁ । ସତର୍କ ରହିବା ସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ବ୍ରହ୍ମପୁର ସାଂସଦ, ୫ଟି ସଚିବ ଭିକେ ପାଣ୍ଡିୟାନ, ଉନ୍ନୟନ କମିସନର, ସମବାୟ ସଚିବ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.