ମରଣଯନ୍ତା ପାଲଟିଛି ଓଡ଼ିଆପେଣ୍ଠ ପୋଲ

0 70

ଲକ୍ଷ୍ମୀପୁର :  ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର ଖାଲକୋଣା ଠାରୁ ଟିକିରି ସଂଯୋଗ କରୁଥିବା ଦାନା ପଣସଗୁଡା ପୋଲ ମରଣ ଯନ୍ତା ପାଲଟି ଯାଇଛି ।ଏହି ପୋଲ ନିର୍ମାଣ କାର୍ଯ୍ୟ ଏକ ବର୍ଷ ହେଲା ନଷ୍ଟ ହୋଇଯାଇଛି ।ଏହି ପୋଲ ଉପରେ ୨୦ଖଣ୍ଡ ଗ୍ରାମର ଗ୍ରାମବାସୀ ନିର୍ଭରକରୁଥିବା ଓଡ଼ିଆପେଣ୍ଠ, ରାଜନ ପଣସଗୁଡା,ବିରିଗୁଡା, ଭାଲୁଯୋଡି,ସିଙ୍ଗାରମ, ପରଡ଼ିଗୁଡା, କେନ୍ଦୁଓଡ଼ା, ନୂଆଗାଁ, ଖାଲକୋଣା,କୋରଗୁଡା, ରଥଗୁଡା, ବିଷୋମପୁର, କେନ୍ଦୁପାଇ, ବାଗମାରି, ପିପଲପଦର ଲୋକେ ଏହି ପୋଲ ଦେଇ ଯାତାୟତ କରିଥାନ୍ତି ।ପୋଲ ଭାଙ୍ଗି ଯାଇଥିବା ହେତୁ ୨୦ଖଣ୍ଡ ଗ୍ରାମର ଲୋକେ ନାହିଁ ନିଥିବାର ଅସୁବିଧାରେ ସମୁଖୀନ ହୋଉଥିବାର ଅଭିଯୋଗ କରିଛନ୍ତି ।ପ୍ରଶାସନ ନିକଟରେ ଲିଖିତ ଭାବେବାରମ୍ବାର ଅଭିଯୋଗକରିଥିଲେ ମଧ୍ୟ ସରକାରୀ କର୍ମଚାରୀ ଏହି ପଲ ପ୍ରତିଦୃଷ୍ଟି ଦେଇନଥିବାରୁ ଅଭିଯୋଗ କରିଛନ୍ତି ।ସୂଚନା ଥାଉକି କେବେ ଏହି ଭଙ୍ଗା ପୋଲ ଉପରେ ସରକାରୀ ବାବୁଙ୍କ ନଜର ପଡିବ ଓ ଗ୍ରାମବାସୀଙ୍କ ସମସ୍ୟା ଦୂରହେବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.