ଗଜପତିରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ,୨ଗିରଫ

0 70

ପାରଳାଖେମୁଣ୍ଡି  (ଡୁମାଣୀ ଖବର) :ଗଜପତି ଜିଲ୍ଲାରୁ ଝାଡଖଣ୍ଡକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଦ୍ୱାରା ଜବତ ହୋଇଛି । ଏଥିରେ ୨ଜଣ ଚୋରା ଚାଲାଣକାରୀ ଗିରଫ ହେବା ସହ ଗଞ୍ଜେଇ ବୋଝେଇ ନିଆଯାଉଥିବା ଝାଡଖଣ୍ଡ ପରିବହନ ବିଭାଗରେ ପଞ୍ଜିକୃତ ଏକ ସ୍କୋର୍ପିଓକୁ ମଧ୍ୟ ଜବତ କରାଯାଇଛି । ମୋହନା ଥାନା ଆଇଆଇସି ସୁଜିତ କୁମାର ନାୟକ ଜଣାଇଛନ୍ତି,ଗତକାଲି କମଳାପୁର ନାକା ଠାରେ ମୋହନା ଥାନାର ଏସଆଇ ପିଙ୍କି ମୁର୍ମୁ ଓ ଅନ୍ୟ ପୋଲିସ କର୍ମଚାରୀମାନେ ସଜାଗ ଥିବା ବେଳେ ଏକ ସ୍କୋର୍ପିଓ ଅତ୍ୟନ୍ତ ଦୃତଗତିରେ ଆସୁଥିବା ଲକ୍ଷ କରି ସନ୍ଦେହରେ ଅଟକାଇ ଥିଲେ । ଯାଞ୍ଚ ପରେ ଏଥିରୁ ଗୋଟିଏ ବସ୍ତାରେ ୨୪କିଲୋ ଗଞ୍ଜେଇ ରହିଥିବା ଦେଖାଯାଇଥିଲା । ସଂଗେ ସଂଗେ ଗାଡିକୁ ଜବତ କରି ମୋହନା ଥାନାକୁ ଅଣାଯାଇଥିଲା । ମୋହନା ଥାନାରେ ଗଞ୍ଜେଇ ଚୋରା କାରବାର ନେଇ କେସ ନଂ ୧୮୮/୨୦ରେ ରୁଜୁ କରାଯାଇ ଅଭିଯୁକ୍ତ ଦିନେଶ ରାମ ଓ ନିଖିଲ କୁମାର ସିଂ ୨ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ଏହି ୨ଜଣ ଝାଡଖଣ୍ଡ ରାଜ୍ୟର ବୋଲି ସୁଚନା ଦିଆଯିବା ସହ ଅଭିଯୁକ୍ତ ୨ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.