ପାରଳା ସବ୍ଜେଲରେ ହରିୟାଣାର ବିଚାରଧୀନ କଏଦୀଙ୍କ ମୃତ୍ୟୁ

0 71


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସବ୍ଜେଲରେ ହରିୟାଣାର ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ପାରଳା ସବ୍ଜେଲର ଜେଲର ହନୁ ସେଠୀ ଏ ନେଇ କହିଛନ୍ତି,ଗତ ଅକ୍ଟୋବର ୧୬ ତାରିଖ ଦିନ ହରିୟାଣାର ଫତେବାଦ ବାସିନ୍ଦା ଜୟପାଲ ସିଂ (୫୯) ମୋହନା ପୋଲିସ ଥାନା ପକ୍ଷରୁ ଏନ୍ଡିପିଏସ୍ ମାମଲାରେ ଧରାପଡି କୋର୍ଟ ଦ୍ୱାରା ଜେଲରେ ବିଚାରଧୀନ କଏଦୀ ଭାବେ ରହିଥିଲେ । ଗତକାଲି ସେ ସମ୍ପୁର୍ଣ୍ଣ ସୁସ୍ଥ ଥିଲେ । ଦିନ ସାରା ଏବଂ ରାତ୍ର ବେଳାର ଭୋଜନ ଖାଇ ସାରିବା ପରେ ଜେଲରେ ରାତ୍ର ୧୧ଘଣ୍ଟା ପର୍ଯନ୍ତ ଟିଭି ଦେଖୁଥିଲେ । ଆଜି ସକାଳ ସମୟରେ ସେ ନିଦ୍ରାରୁ ଉଠି ନ ଥିଲେ । ଅଚେତ ଅବସ୍ଥାରେ ଥିବା ଯୋଗୁଁ ଜେଲ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କ ପରାମର୍ଶ କ୍ରମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସମ୍ପୃକ୍ତ କଏଦୀଙ୍କୁ ନିଆଯାଇଥିଲା । ଡାକ୍ତର କଏଦୀଙ୍କୁ ଚିକିତ୍ସା ଆରମ୍ଭ କରି ମୃତ ବୋଲି ଘୋଷଣା କରିଥିଲେ । ପରେ ଏ ନେଇ ପାରଳା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । କଏଦୀଙ୍କ ଘରକୁ ଖବର ଦିଆଯିବା ସହ ପାରଳା ଡାକ୍ତରଖାନାରେ ମୃତ କଏଦୀଙ୍କ ଶବ ବ୍ୟବଚ୍ଛେଦ ହୋଇଛି ।

Leave A Reply

Your email address will not be published.