୨୧ଲିଟର ବିଦେଶୀ ମଦ ଜବତ,ଜଣେ ଗିରଫ

0 79

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ପୋଲିସ ଦ୍ୱାରା ୨୧ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇଥିବାର ଜଣାପଡିଛି । କାଶୀନଗର ଥାନା ସୂତ୍ରରୁ ପ୍ରକାଶ ଯେ,ଚୋରାରେ ବିକ୍ରି ଉଦ୍ଦେଶ୍ୟରେ ନିଆଯାଉଥିବାବେଳେ ୨୧ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହି କାରବାରରେ ପି.ଦିମେଶ୍ୱର ରାଓ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଧରିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ନାମରେ କାଶୀନଗର ଥାନାରେ ୧୦୬/୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତଙ୍କୁ ଗିରଫ କରିବାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ସୂତ୍ରରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.