ଗଜପତି ଜିଲ୍ଲା ରାୟଗଡ ଠାରେ ବସ୍ଷ୍ଟାଣ୍ଡ ନିର୍ମାଣ ଦାବୀ ଯୋର ଧରିଲା

0 62

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ଠାରେ ସ୍ଥାୟୀ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଦାବୀ ଯୋର ଧରିଛି । ଏହା ସହ ଏହା କେବେ ନିର୍ମାଣ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜମି ଉଚ୍ଛେଦ ହେବାପରେ ମଧ୍ୟ ବ୍ଲକ ପ୍ରଶାସନ ନୀରବ ରହିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବସ୍ଷ୍ଟାଣ୍ଡ ନିର୍ମାଣ ଲାଗି ଅର୍ଥ ମଞ୍ଜୁରୀ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି । ଯାତ୍ରୀବାହୀ ଯାନ ରାସ୍ତା ଉପରେ ରହୁଥିବାରୁ ଅନେକ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଏଠାରେ ସୂଚନା ଯୋଗ୍ୟ ରାୟଗଡ ବ୍ଲକରେ ୨୧ଟି ପଞ୍ଚାୟତର ଲୋକେ ବ୍ଲକ, ମେଡିକାଲ, ବ୍ୟାଙ୍କ ଆଦି ଜରୁରୀ କାର୍ଯ୍ୟପାଇଁ ଏଠାକୁ ଆସିଥାନ୍ତି । ପାରଳାଖେମୁଣ୍ଡିରୁ ମୋହନା, ଆର୍.ଉଦୟଗିରି, ନୂଆଗଡ ଓ ଭୁବନେଶ୍ୱର ଯିବାପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାବେଳେ ପ୍ରତ୍ୟେକ ଦିନ ଅନେକ ଯାତ୍ରୀ ବାହି ଯାନବାହାନ ଯାତ୍ରା କରିଥାଏ । ୨୦୦୫ ମସିହାରେ ବସ୍ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାତ୍ରୀ ବିଶ୍ରାମ ଗାର ସହ ଆଉକିଛି କାମ ମଧ୍ୟ କରାଯାଇଥିଲା । ୨୦୦୬ରେ ତକ୍ରାଳୀନ କେନ୍ଦ୍ର ମନ୍ତ୍ରୀ ତଥା ବର୍ତ୍ତମାନ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏହାକୁ ଉଦ୍ଘାଟନ କରିଥିଲେ । ଏହାପରେ ଆଉ କାମ ଆଗକୁ ବଢିପାରି ନାହିଁ । ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ନିକ୍ଷେପ ଦେଇ ବସ୍ଷ୍ଟାଣ୍ଡ ନିର୍ମାଣ କରିବାପାଇଁ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.