ଟୟୋଟା କିଲୋସ୍କର ମୋଟର ପକ୍ଷରୁ ନୂଆ ଇନୋଭା କ୍ରାଏଷ୍ଟାର ବଜାର ପ୍ରବେଶ

0 74

ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଏହାର ବହୁ ପ୍ରତିକ୍ଷୀତ ନୂଆ ଇନୋଭା କ୍ରାଏଷ୍ଟାର ବଜାରରେ ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହା ଏମ୍ପିଭି ସେଗମେଂଟ୍ରେ କମ୍ପାନୀର ସ୍ଥିତିକୁ ସୁଦୃଢ଼ କରିବାକୁ ସକ୍ଷମ ହେବ । ୨୦୦୫ରେ ଭାରତରେ ଇନୋଭାର ବଜାର ପ୍ରବେଶ ହୋଇଥିଲା । ଇତିମଧ୍ୟରେ ଇନୋଭା କ୍ରାଏଷ୍ଟାକୁ ମିଶାଇ ଏହାର ୮,୮୦,୦୦୦ ୟୁନିଟ୍ ବିକ୍ରି ହୋଇ ସାରିଛି । ଇନୋଭାର ଦ୍ୱିତୀୟ ଜେନେରେଶନ୍ ଇନୋଭା କ୍ରାଏଷ୍ଟାର ବଜାର ପ୍ରବେଶ ୨୦୧୬ରେ ହୋଇଥିଲା । ବର୍ତମାନ ସୁଦ୍ଧା ଏହାର ୩,୦୦,୦୦୦ ୟୁନିଟ ବିକ୍ରି ହୋଇସାରିଛି । ନୂଆ ଇନୋଭା କ୍ରାଏଷ୍ଟାରେ ବୋଲ୍ଡ ଟ୍ରାପିଜ୍ରୋଏଡାଲ ପିଆନୋ ବ୍ଳାକ୍ ଗ୍ରିଲ୍ ସହିତ କ୍ରୋମ୍ ସରାଉଣ୍ଡ୍ ରହିଛି । ୭ ଏୟାର ବ୍ୟାଗ୍, ଭେହିକିଲ୍ ଷ୍ଟାବିଲିଟି କଂଟ୍ରୋଲ୍, ହିଲ୍ ଷ୍ଟାର୍ଟ ଆସିଷ୍ଟ୍, ସୁରକ୍ଷିତ ପାର୍କିଂ ପାଇଁ ଏମ୍ଆଇଡି ଡିସପ୍ଲେ, ସ୍ପାର୍କିଂ ବ୍ଲାକ୍ କିଷ୍ଟାଲ ଶାଇନ୍୍ ନୂତନ ଏକ୍ସଷ୍ଟରିୟର ରଙ୍ଗ ରହିଛି । ସେହିପରି ଶାର୍ପ ଫ୍ରଂଟ୍ ବମ୍ପର, ନୂତନ ହାଇମଣ୍ଡ୍ କଟ୍ ଆଲଏ ହ୍ୱିଲ୍ ଡିଜାଇନିଂ, ଜେଡ୍ଏକ୍ସ ଗ୍ରେଡ୍ରେ କ୍ୟାମେଲ୍ ଟାନ୍ ଆଭ୍ୟ”ରୀଣ ରଙ୍ଗ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ଅଲ୍ ନିୟୁ ସ୍ମାର୍ଟ ପ୍ଲେକାଷ୍ଟ୍ ରହିଛି । ଏହା ସହିତ ଟଚ୍ ସ୍କ୍ରିନ୍ ଅଡ଼ିଓ, ଆଣ୍ଡ୍ରଏଡ୍ ଅଟୋ/ ଆପଲ କାର୍ ପ୍ଲେ, ରୟାଲ ଟାଇମ୍ ଭେହିକିଲ୍ ଟ୍ରାକିଂ, ଜିଓ ଫେନ୍ସିଂ, ଲାର୍ଷ୍ଟ ପାର୍କଡ୍ ଲୋକେଶନ ଆଦି ସୁବିଧା ରହିଛି । ନିୟୁ ଇନୋଭା କ୍ରାଏଷ୍ଟାର ଜିଏକ୍ସ୍, ଭିଏକ୍ସ୍ ଏବଂ ଜେଡ୍ଏକ୍ସ ଗ୍ରେଡ୍ କେରଳ ବ୍ୟାତିତ ଦେଶର ଅନ୍ୟ ସମସ୍ତ ଅଂଚଳରେ ୧୬,୨୬,୦୦୦ ଟଙ୍କାରୂ ୨୪,୩୩,୦୦୦ଟଙ୍କାର ଏକ୍ସ୍ ଶୋ’ରୁମ୍ ମୂଲ୍ୟରେ ଉପଲବ୍ଧ ହେଉଛି । ଏହି ଅବସରରେ ଟୟୋଟା କିଲୋସ୍କର ମୋଟରର୍ସ ପ୍ରା. ଲିଃ.ର ସେଲସ୍ ଏବଂ ସର୍ଭିସ୍ ବରିଷ୍ଠ ଉପ ସଭାପତି ନବୀନ ସୋନୀ କହିଲେ, ଗତ ୧୫ ବର୍ଷ ଧରି ଭାରତରେ ଇନୋଭା ନିଜର ସ୍ଥିତି ବଜାଇ ରଖିଥିବାବେଳେ ଏମପିଭି ସେଗମେଂଟ୍ର ନୂଆ କ୍ରାଏଷ୍ଟା ଭାରତୀୟ ବଜାରରେ ବେଶ୍ ପ୍ରଭାବଶାଳୀ ରହିବ ।

Leave A Reply

Your email address will not be published.