ଯୋଗଣ ବିଭାଗ ତରଫରୁ ଆଳୁ ଓ ପିଆଜ ନିର୍ଦ୍ଧାରିତ ଦରରେ ବିକ୍ରୟ ପାଇଁ ଯାଞ୍ଚ

0 58

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଯାଞ୍ଚ କରିଛନ୍ତି । ଯୋଗାଣ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା । ଆଳୁ ଏବଂ ପିଆଜ ପ୍ରଭୃତି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ବଜାରରେ ଉପଲବ୍ଧ କରାଇବା ଏବଂ ଖାଉଟି ମାନଙ୍କୁ ସୁଲଭ ମୁଲ୍ୟରେ ବିକ୍ରୀ କରିବା ନିମନ୍ତେ ଯୋଗାଣ ଅଧିକାରୀମାନେ ଜିଳ୍ଲାର ବିଭିନ୍ନ ବ୍ୟବସାୟ କେନ୍ଦ୍ରରେ କଡ଼ାକଡ଼ି ଯାଞ୍ଚ କରିଥିଲେ । ବାଳକାଟି, ବନମାଳିପୁର, ଜଟଣୀ, ଖୋର୍ଦ୍ଧା, ଟାଙ୍ଗୀ, ବାଲୁଗାଁ, ବାଣପୁର ଏବଂ ଭୁବନେଶ୍ୱର ବଜାରରେ ବିଭିନ୍ନ ବିପଣନ କେନ୍ଦ୍ରରେ ବିକ୍ରେତାମାନଙ୍କୁ ଆଳୁ ଏବଂ ପିଆଜ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀରେ ଅଧିକ ଲାଭ ନ ରଖି ଖାଉଟିମାନଙ୍କୁ ନିର୍ଦ୍ଧାରିତ ଦରରେ ବିକ୍ରେୟ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଦୋକାନ ସମ୍ମୁଖରେ ଦର ତାଲିକା ପ୍ରଦର୍ଶନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ବଜାରରେ ଆଳୁ କି.ଗ୍ରା. ପ୍ରତି ୩୮ ଟଙ୍କାରୁ ୪୦ଟଙ୍କା ଏବଂ ପିଆଜ କି.ଗ୍ରା ପ୍ରତି ୪୫ ଟଙ୍କାରୁ ୫୦ ଟଙ୍କା ଦରରେ ବିକ୍ରି କରାଯାଉଥିବା ଜଣାପଡ଼ିଥିଲା । ଆଳୁ ଓ ପିଆଜର ପାଇକାରି ମୁଲ୍ୟ ଓ ଖୁଚୁୁରା ମୁଲ୍ୟରେ ଅଳ୍ପ ତାରତମ୍ୟ ରଖିବାକୁ ଯୋଗାଣ ବିଭାଗ ଅଧିକାରୀ କରିଥିଲେ । ଲୋକମାନେ ଯେପରି ନିୟନ୍ତ୍ରିତ ଦରରେ ଓ ସୁବିଧାରେ ଆଳୁ ପିଆଜ ପାଇବେ ଏବଂ ବ୍ୟବସାୟୀମାନେ ଏଥିରେ ସହଯୋଗ କରିବା ପାଇଁ ଖୋରଧା ଜିଲ୍ଲା ଯୋଗାଣ ଅଧିକାରୀ ଜଣାଇଛନ୍ତି ।

Leave A Reply

Your email address will not be published.