ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଚକା ଜାମ

0 70

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ପଡିଛି। ସୁନ୍ଦରଗଡ଼ ଜିଲ୍ଲାରେ ବି ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବଣାଇ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଲୋକେ ରାସ୍ତାରୋକ କରାଯାଇଛି। ଖଣି ଅଞ୍ଚଳ କୋଇଡାରେ ଆନ୍ଦୋଳନକାରୀ ୨୧୫ ଓ ୫୨୦ ନମ୍ବର ଜାତୀୟ ରାଜପଥ ବନ୍ଦ କରିଛନ୍ତି। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଖଣି ସାମଗ୍ରୀ ବୋଝେଇ ଟ୍ରକଗୁଡ଼ିକ ଅଟକି ରହିଛି। ରକ୍‌ସି ବିମଳା ଗଡ଼ ଅଞ୍ଚଳରେ ରେଳରୋକ କରାଯାଇଛି। ଚିତ୍ରକୋଣ୍ଡା ବ୍ଲକରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଆନ୍ଧ୍ର-ଓଡିଶାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ସିପିଏମ ପକ୍ଷରୁ ଏହି ରାସ୍ତାରୋକ କରାଯାଇଛି। ରାସ୍ତାରୋକ ଫଳରେ ଅଞ୍ଚଳରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଅନ୍ୟପଟେ ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବନ୍ଦର ପ୍ରଭାବ ପଡ଼ିଛି। ଚଳାଚଳ ବନ୍ଦ ଯୋଗୁ ଅନେକ ଯାତ୍ରୀ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି। ବନ୍ଦ ପୂର୍ବରୁ ରାଜ୍ୟ ସରକାର ଘୋଷଣା ନ କରିଥିବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀ କହିଛନ୍ତି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ନାରା ଦେଇ ରାସ୍ତାରୋକ କରିବା ସହ ବନ୍ଦକୁ ସଫଳ କରିବାରେ ଲାଗିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି।

Leave A Reply

Your email address will not be published.