୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

0 68

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବ । ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ସୂଚନା ଦେଲେ ଦୁଇ ସେବାୟତ। ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଥିବା ଦୁଇ ସେବାୟତ କମଳାକାନ୍ତ ବଡୁ ଓ ବିରଞ୍ଚି ପତି ସୂଚନା ଦେଇଛନ୍ତି। ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ। ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି। ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ ଅନୁମତି। ୬ ତାରିଖ ଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବା ସୂଚନା। ମନ୍ଦିର ପରିସରରେ ସର୍ବାଧିକ ୫ଶହ ଲୋକ ରହିପାରିବେ।

Leave A Reply

Your email address will not be published.