ଜରାଜୀର୍ଣ୍ଣ ଅବସ୍ଥାରେ ଧର୍ମଗଡ଼ ରେଡ୍ କ୍ରସ ଟାଉନହଲ

0 67

ଧର୍ମଗଡ଼,୧୭/୧୨ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରେ ୨୦୦୪ ମସିହାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଧର୍ମଗଡ଼ ର ଟାଉନହଲ ଉଦ୍‍ଘାଟିତ ହୋଇଥିଲା । ବର୍ତ୍ତମାନ ଧର୍ମଗଡ଼ ସହରର ରେଡ଼କ୍ରସ ଟାଉନହଲ ନିଜର ଦୁରାବସ୍ଥା ନିଜେ ବଖାଣିଲା ଭଳି ହୋଇଛି । ବର୍ତ୍ତମାନର 5T ସଚିବ ତଥା ଧର୍ମଗଡ଼ ର ପୂର୍ବତନ ଉପଜିଲ୍ଲାପାଳ ଭି. କାର୍ତ୍ତିକେୟ ପାଣ୍ଡିଆନ, ଆଇଏଏସ ଙ୍କ ଉଦ୍ୟମ କ୍ରମେ ଧର୍ମଗଡ଼ ଠାରେ ନିର୍ମିତ ରେଡ଼କ୍ରସ ଟାଉନହଲ କୁ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ। କଳାହାଣ୍ଡି ର ତତ୍କାଳୀନ ସାଂସଦ ଭକ୍ତ ଚରଣ ଦାସଙ୍କ ଆର୍ଥିକ ଅନୁଦାନ କ୍ରମେ ଟାଉନହଲର ବାଡ ନିର୍ମାଣ ମଧ୍ୟ କରାଯାଇ ଥିଲା। ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟ ପ୍ରଥମେ ପ୍ରଶାସନ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ଦାୟିତ୍ୱ ଟେଣ୍ଡର ଯୋଗେ ଟେଣ୍ଟ ହାଉସକୁ ଦିଆ ଯାଇଥିଲା। ଏଠାରୁ ଆଦାୟ ଅର୍ଥ ଜିଲ୍ଲା ରେଡ଼କ୍ରସ ପାଣ୍ଠି କୁ ଯାଉଥିବା ବେଳେ ଏଥିରେ ରେଡ଼କ୍ରସ ପକ୍ଷରୁ ମରାମତି ପାଇଁ କୌଣସି ଦୃଷ୍ଟି ଆକର୍ଷଣ ନ କରିବାରୁ ଦୁଇ ବର୍ଷ ହେଲା ଧର୍ମଗଡ଼ ମୁଖ୍ୟରାସ୍ତା ରେ ଥିବା ଏହି ଟାଉନହଲରେ ଏବେ ତାଲା ପଡି ଅତି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି।ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ତ୍ତୃପକ୍ଷ ତଥା କଳାହାଣ୍ଡି ଜିଲ୍ଲାପାଳ ଏହି ଟାଉନହଲ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଦାବି ହେଉଛି।

Leave A Reply

Your email address will not be published.