ଭାରତ ଉପରେ ଆକ୍ରମଣ କରିବାର ସ୍ବପ୍ନ ଦେଖୁଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର

0 71

ନୂଆଦିଲ୍ଲିୀ,୨୫।୧୨: ପ୍ରଥମେ କାଶ୍ମୀର ଉପରେ ଆକ୍ରମଣ କରି କବଜା କରିବା ପରେ ପୁରା ଭାରତ ଉପରେ ଆକ୍ରମଣ କରିବାର ସ୍ବପ୍ନ ଦେଖୁଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର। ଆଉ ଏହି ପାକିସ୍ତାନୀ ପାକିସ୍ତାନୀ କ୍ରିକେଟର ଜଣକ ହେଲେ ଶୋଏବ୍ ଅଖତର। ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରରେ ରହୁଥିବା ପାକ୍ କ୍ରିକେଟ ଟିମର ଦ୍ରୁତ ବୋଲର ଶୋଏବ୍ ଅଖତର ଏବେ ପୁଣି ଏଭଳି କିଛି କହି ବିବାଦ ଘେରକୁ ଚାଲିଆସିଛନ୍ତି।  ସୋସିଆଲ ମିଡିଆରେ ଶୋଏବ୍ ଅଖତରଙ୍କର ଏକ ପୁରୁଣା ଭିଡିଓ ଖୁବ୍ ଭାଇରାଲ ହେଉଛି, ଯେଉଁଠି ଅଖତର ଗଜଓ୍ବା-ଇ-ହିନ୍ଦ୍ ବିଷୟରେ କଥା ହେଉଛନ୍ତି। ଗଜଓ୍ବା-ଇ-ହିନ୍ଦ  ଯାହାର ଅର୍ଥ ‘ଭାରତ ବିରୋଧରେ ଯୁଦ୍ଧ’, ଏହାର ଉଲ୍ଲେଖ ବହୁ ହଦିସାରେ ମଧ୍ୟ କରାଯାଇଛି, ଯାହାକି ଧାର୍ମିକ ଆଇନ ଓ ନୈତିକ ମାର୍ଗଦର୍ଶନର ଏକ ପ୍ରମୁଖ ସ୍ରୋତ। ସାମନା ଟିଭିର ଏକ ଇଣ୍ଟର ଭ୍ୟୁରେ ରାଓଲପିଣ୍ଡି ଏକ୍ସପ୍ରେସ୍ କହିଛନ୍ତି, ଆମର ଶାସ୍ତ୍ରରେ ଲେଖା ହୋଇଛି, ଗଜଓ୍ବା-ଇ-ହିନ୍ଦ୍ ସ୍ଥାନ ନେବ ଓ ଏଟୋକରେ ନଦୀ ଦୁଇଥର ଲାଲ ରଙ୍ଗ ଅର୍ଥାତ ରଙ୍ଗୀନ ହେବ। ଅଫଗାନିସ୍ତାନର ସେନାର ଏଟୋକ୍ ପର୍ଯ୍ୟନ୍ତ ପହଁଞ୍ଚିଯିବ। ଏହି ସମସ୍ତ ସେନା ଶମାଲ ମଶରିକରୁ ଉଠିବ, ଉଜ୍ଜବେକିସ୍ତାନ ଆଦିରୁ ବିଭିନ୍ନ ଦଳ ଆସିବ। ଏହି ସବୁ ଏକ ଐତିହାସିକ କ୍ଷେତ୍ର ଖୋରାସନକୁ ବୁଝାଇଥାଏ. ଯାହାକି ଲାହୋର ପର୍ଯ୍ୟନ୍ତ ବିସ୍ତାରିତ ଥିଲା।’ ଶମାଲ ମଶରିକ୍ ଆରବୀୟ ଉପଦ୍ୱୀପ ଉତ୍ତରରେ ଥିବା ଏକ ଅଞ୍ଚଳ ପାଇଁ ଏକ ଉର୍ଦ୍ଦୁ ସନ୍ଦର୍ଭ ଅଟେ। ଗଜବ-ଇ-ହିନ୍ଦ୍ ଶବ୍ଦର ପ୍ରୟୋଗ ପାକିସ୍ତାନରେ କଠୋରପନ୍ଥୀ ଇସଲାମିକ୍ ପ୍ରଚାରକ ଓ ପାକ୍ ସମର୍ଥିତ ଆତଙ୍କବାଦ ସଞ୍ଚାଳକଙ୍କ ଦ୍ବାରା ଗତ କିଛି ଦଶକ ଧରି କରାଯାଉଛି। ଏହି ଧାରଣା ଅନୁସାରେ, ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଯୁଦ୍ଧ ହେବ, ଯେଉଁଥିରେ ମୁସଲମାନ ନିଶ୍ଚିତ ଭାରତର ହିନ୍ଦୁଙ୍କ ଉପରେ ବିଜୟୀ ହେବେ। ଜୈଶ-ଇ-ମହମ୍ମଦ(ଜେଇଏମ୍) ନିୟମିତ ଭାବରେ ଏହି ଶବ୍ଦର ବ୍ୟବହାର କରି ଲୋକଙ୍କୁ ନିଜ ସଂଗଠନରେ ଭର୍ତ୍ତି କରିଥାଏ, ଫଣ୍ଡ ନେଇଥାଏ ଓ ଭାରତ ଉପରେ ମଧ୍ୟ ବହୁବାର ଆକ୍ରମଣ କରିସାରିଛି। ଜେଇଏମ୍ ଭଳି ଆତଙ୍କବାଦୀ ସଂଗଠନ ଭାରତରେ ପ୍ରଭାବଶାଳୀ ଯୁବପୀଢିଙ୍କୁ ଏହା କହି ଜେହାଦ ପାଇଁ ପ୍ରୋତ୍ସାହିତ କରୁଛନ୍ତି ଯେ, ଏହାକୁ ଇସ୍ଲାମରେ ପବିତ୍ର ବୋଲି କୁହାଯାଏ ଓ ଯେଉଁ ଲୋକମାନେ ଏଥିରେ ଭାଗ ନିଅନ୍ତି ତାଙ୍କୁ ସ୍ବର୍ଗରେ ସିଧା ପ୍ରବେଶ ଦିଆଯାଏ। ମେସାନଙ୍କର କହିବା ଅନୁସାରେ, ଏହି ଯୁଦ୍ଧ ସିରିୟାରୁ ଆରମ୍ଭ ହେବ, ଯେଉଁଠି ସେନା କଳା ପତାକା ନେଇ ଭାରତ ଆଡକୁ ବଢିବ ଓ ଏହା ଉପରେ କବଜା କରି ଇସଲାମିକ୍ ଦେଶରେ ପରିବର୍ତ୍ତିତ କରିଦେବ। ଶୋଏବ ଅଖତରଙ୍କର ଭାରତରେ ଖୁବ୍ ଭଲ ଫ୍ୟାନ୍-ଫଲୋଇଂ ରହିଛନ୍ତି। ଏବେ ତାଙ୍କର ଏଭଳି ଉତ୍ତେଜନାମୂଳକ ମନ୍ତବ୍ୟ ଯୋଗୁଁ ଭାରତୀୟମାନେ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ସୋସିଆଲ ମିଡିଆ ଜରିଆରେ ଶୋଏବ୍ ଅଖତରଙ୍କୁ ଯୋରଦାର ଭାବରେ କଡା ସମାଲୋଚନା କରିଛନ୍ତି।

Leave A Reply

Your email address will not be published.