ବନ୍ଧୁକ ମୁନରେ ୪୦ ଭରି ସୁନାଗହଣା ସହ ବୁଲେଟ ଧରି ଚମ୍ପଟ ମାରିଲେ ଡକାୟତ

0 76

ଧର୍ମଗଡ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗ୍ରାମର ଶାନ୍ତି ନଗର ପଡା ରେ ରହୁଥିବା ଶିକ୍ଷକ ଯଯାତି ପାଟଯୋଷୀ ଙ୍କ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତ୍ରି ରେ ବଡ଼ ଧରଣର ଡକାୟତି ହୋଇଛି । ପ୍ରାୟ ୫ ରୁ ୭ ଜଣ ମୁଖାପିନ୍ଧା ଡକାୟତ ମୁଖ୍ୟ କବାଟ ଫାଡ଼ି ଘରେ ପଶି ଯଯାତି ପାଟଯୋଷୀ ତାଙ୍କ ସ୍ତ୍ରୀ କନକଲତା ପାଟଯୋଶୀ ଓ ଦୁଇ ପୁଅ ଙ୍କୁ ବନ୍ଧୁକ ମୁନ ରେ ଭୟଭୀତ କରି ଘରେ ଲୁଟ କରିଛନ୍ତି । ପରିବାର କହିବା ଅନୁସାରେ ଘରେ ଥିବା ପ୍ରାୟ ୪୦ ଭରି ସୁନାଗହଣା ସହ ନଗଦ କିଛି ଟଙ୍କା, ଏକ ବୁଲେଟ ବାଇକ ଓ ଘରେ ଲାଗିଥିବା ସ୍ମାର୍ଟ ଟିଭି, ଦୁଇ ଟି ମୋବାଇଲ କୁ ନେଇ ଡକାୟତ ମାନେ ଘରେ ସମସ୍ତେ ଙ୍କୁ ଏକ କୋଠରୀ ରେ ବନ୍ଦ କରି ଚମ୍ପଟ ମାରିଥିଲେ । ଲୁଟ ହୋଇଥିବା ସୁନାଗହଣା ର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ରୁ ଉର୍ଦ୍ଧ୍ୱ ହେବ ବୋଳି ଜଣାପଡିଛି । ଡକାୟତ ମାନେ ହିନ୍ଦୀ ଓ କଟକି ଭାଷା ରେ କଥା ହେଉଥିବା କହିଛନ୍ତି ପରିବାର ଲୋକେ । ପରେ କୌଣସି ମତେ କବାଟ କୁ ଭାଙ୍ଗି ଘର ଲୋକେ ପାଖ ପଡିଶା ଙ୍କୁ କହିବା ସହ ମୋଟେର ଫାଣ୍ଡି ଓ କୋକସରା ପୋଲିସ କୁ ଖବର ଦେଇଥିଲେ । କଲାହାଣ୍ଡି ଗୃହ ରାଷ୍ଟ୍ୟ ମନ୍ତ୍ରୀ ଜିଲ୍ଲା ହୋଇôଥ୍ଲେ ବି ଏଠିକାର ଅଞ୍ଚଳବାସୀ ନିରାପଦ ମଣୁ ନାହାଣ୍ତି । କେତେବେଳେ ଚୋରୀ , ରାହାଜାନୀ, ଅପହରଣ, ନାବାଳିକାଙ୍କୁ ଦୁଷ୍ମର୍ମ ଭଳି ଘଟଣା ପର୍ଦାଫାସ ହୋଇଛି । ହେଲେ ପୋଲିସ କୁ ଶୁଫଳ ମିଳିଖିଛି ଆଶ୍ବସ୍ଥମନେ କଲା ହେଲେ ଗତ ରାତ୍ରି ରେ ଜାତୀୟ ରାଜପଥ ୨୬ କଡରେ ôଥଯବା ଘରେ ବନ୍ଧସ୍ୱଳ ମୂନରେ ଭୟ ଭୀତ କରି କଲେ । କଲା କନା ବୁଲାଇଲେ । ଡକାୟତ ଗେଙ୍ଗ ଏହେଲେ ଖୋଲା ଖୋଲି ପୋଲିସ ଫାଣ୍ଡି ନିକଟରେ ଏଭଳି ଡକାୟତ ଘଟଣା ବୃଦ୍ଧି ପାଉଛି । ତେବେ ଗୃହ ରଷ୍ଟ୍ରମନ୍ତ୍ରୀ ଙ୍କା ଶାସନ କୁ ପୋଲିସ ରାତ୍ରି କାଳିନ ପହଁରା ଠିକ ଭାବେ ରହୁନ ôଥ୍ବା ସାଧାରଣରେ ଆଲୋଚନା ହେଉଛି । ପୋଲିସ ପହଞ୍ଚି ଘଟଣାସ୍ଥଳରେ ଛାନବିନ ଆରମ୍ଭ କରିଥିବାବେଳେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ମଧ୍ୟ ଘଟଣା ର ଅନୁଧ୍ୟାନ କରି ତଦନ୍ତ ଜାରି ରଖିଛନ୍ତି ଓ ତାଙ୍କ ନେତୃତ୍ୱରେ ୪ ଗୋଟି ଟିମ ଗଠନ କରାଯାଇ ଖୋଲତାଡ଼ ଜାରିରହିଛି ।

Leave A Reply

Your email address will not be published.