ଘାଟିରେ ଅଟୋ ସହ ବାଇକ ଧକ୍କା, ଜଣେ ମୃତ୍ୟୁ

0 74

ପାରଳାଖେମୁଣ୍ଡି ୨୯/୧୨ : ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର କେ.ଗରଡମାହା ପଞ୍ଚାୟତର ପିଡିସ୍ ଦୁଆ ଘାଟିରେ ଏକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସାପ୍ଲାଗୁଡା ଗ୍ରାମର ହନକ ମୁଠା ମାଝୀ (୨୪) । ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିଜାଲି ଗ୍ରାମର ଏକ ଅଟୋ ବ୍ରାହ୍ମଣୀଗାଁ ରୁ ନିଜ ଗ୍ରାମକୁ ଫେରୁଥିଲା ଏହି ସମୟରେ ଅଡବା ଥାନା ଅନ୍ତର୍ଗତ ସାପ୍ଲାଗୁଡା ଗ୍ରାମର ମହେନ୍ଦ୍ର ମୁଠାମାଝୀ, ହନକ ମୁଠାମାଝୀ ,ପାସଲା ମୁଠାମାଝୀ ଗୋଟିଏ ବାଇକରେ ତିନିଜଣ ବ୍ରାହ୍ମଣୀଗାଁ ଅଭିମୁଖେ ଆସୁଥିଲେ ସମୟ ପ୍ରାୟ ୨.୩୦ ରେ ଉକ୍ତ ଘାଟିରେ ପରସ୍ପର କୁ ସାଇଡ ଦେବା ବେଳେ ରାସ୍ତା ପାଶ୍ୱର୍ରେ ଥିବା ଏକ ଶୁଖିଲା କାଠ ରେ ଅଟୋଟି ଧକ୍କା ହୋଇ ରାସ୍ତାଉପରେ ପାଲଟି ଯିବାରୁ ଅପର ପାଶ୍ୱର୍ରୁ ଆସୁଥିବା ବାଇକ୍ ସହ ଧକ୍କା ହୋଇଥିଲା ହେଲେ ଅଳ୍ପକେ ସମସ୍ତେ ବର୍ତିଯାଇଥିବା ବେଳେ ବାଇକ୍ ରେ ବସିଥିବା ହନକ କୁ ଗୁରୁତର ଆଘାତ ଲାଗିଥିଲା ଏବଂ ଅନ୍ୟମାନେ ସାମାନ୍ୟ ଆହତ ହୋଇଥିଲେ । ଅଟୋ ଡ୍ରାଇଭର ଜଣକ ତାଙ୍କୁ ଏକ ବାଇକ ଯୋଗେ ଆଣି ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତିକରିଥିଲେ । ସେଠାରେ ଡାକ୍ତର ପ୍ରମୋଦ କୁମାର ସେଠୀ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍ କେସିଜି ମେଡିକାଲକୁ ନେବାକୁ ପରାମର୍ଶ କରିଥିଲେ । ହେଲେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ନେବା ବାଟରେ ରେ ତାଙ୍କର ମୃତ୍ୟୁ ଘଟିବାରୁ ପୁଣିଥରେ ବ୍ରାହ୍ମଣୀଗାଁ ଫେରାଇ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଅଡବା ଥାନାରେ ୧୪୩/୨୦ରେ ଏକ ମାମଲା ରୁଜୁ ହୋଇଛି । ଏହି ଘଟଣାର ତଦନ୍ତ ଏସ୍.ଆଇ. ଉକ୍ରଳ କେଶରୀ ପ୍ରଧାନ କରୁଥିବାର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ମୃତକଙ୍କ ଶବକୁ ବ୍ରାହ୍ମଣୀଗାଁ ମେଡିକାଲରେ ବ୍ୟବଛେଦ କରାଯିବା ପରେ ଅଡବା ପୋଲିସ ସକ୍ରାର ପାଇଁ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.