ରାଜଧାନୀରେ ପୁଣି ୭ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ

0 70

ଭୁବନେଶ୍ବର ୨୯।୧୨: ରାଜଧାନୀରେ ପୁଣି ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ସୋମବାର ସଂଧ୍ୟାରେ ଏଭଳି ଦୁଷ୍କର୍ମ ଘଟଣା ଘଟିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଲିଙ୍ଗରାଜ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡିତା ନାବାଳିକାଙ୍କ ବୟସ ୭ ବର୍ଷ ବୋଲି ଜଣାପଡିଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ରବି ଦାସକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯିବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ଯୁବତୀ, ନାବାଳିକା, ଶିଶୁମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ବାରମ୍ବାର ଏଭଳି ଦୁଷ୍କର୍ମ ଘଟଣାମାନ ଭୁବନେଶ୍ବର ଅଞ୍ଚଳରେ ଦେଖିବାକୁ ମିଳୁଛି । କିଛି ଦିନ ତଳେ ଭୁବନେଶ୍ବରରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଦୁଷ୍କର୍ମ କରି ମଞ୍ଚେଶ୍ବର ରେଳଡବା ମରାମତି କାରଖାନା ନିକଟରେ ଫିଙ୍ଗି ଦେଇଥିଲେ । ପୀଡିତାଙ୍କୁ ଉଦ୍ଧାର କରିଥିଲା ପତିତ ଉଦ୍ଧାର ସମିତି । ଯୁବତୀ ଜଣଙ୍କ ଜଣେ ମାନସିକ ବିକାରଗସ୍ତ ହୋଇଥିବା ଜଣାପଡିଥିଲା ।

Leave A Reply

Your email address will not be published.