କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ଉ

0 54

ବ୍ରହ୍ମପୁର : ବ୍ରହ୍ମପୁରର ଲିଙ୍ଗରାଜ ଲ କଲେଜର କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । କିରାଣି ତଥା ଟାଇପିଷ୍ଟ ଭାବେ କାର୍ଯ୍ୟରତ ପ୍ରଶାନ୍ତ କୁମାର ନାୟକ ।  ୫ଟି ସ୍ଥାନରେ ଥିବା ତାଙ୍କ ଘର ଉପରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଆସ୍କା ରୋଡ଼ରେ ଥିବା ପ୍ରଶାନ୍ତଙ୍କ ତିନି ମହଲା ବିଶିଷ୍ଟ କୋଠା ଓ ମୋଟର ପାର୍ଟସ ଦୋକାନ, ବ୍ୟାଙ୍କ କଲୋନିରେ ଥିବା ତିନି ମହଲା ବିଶିଷ୍ଟ ଘର, ଆସ୍କା ରୋଡ଼ରେ ଥିବା ଦୁଇ ମହଲା ବିଶିଷ୍ଟ ଗୋଦାମ ଘର, ବ୍ରହ୍ମପୁରର ବୃନ୍ଦାବତୀ ନଗରରେ ଭଡ଼ାରେ ଲାଗିଥିବା ଗୋଦାମ ଘର ଓ ବିଷ୍ଣୁ ନଗରରେ ଭଡ଼ାରେ ଲାଗିଥିବା ଗୋଦାମ ଘର ଉପରେ ଏକକାଳୀନ ଚଢ଼ଉ କରାଯାଇଛି। ଏହାବ୍ୟତୀତ ତାଙ୍କ ଘରୁ ନଗଦ ୧୮ ଲକ୍ଷ ୫ ହଜାର ୧୦ ଟଙ୍କା ଜବତ କରାଯାଇଛି।

Leave A Reply

Your email address will not be published.