ପ୍ରଶାସନ ର ଧମକ କୁ ଚାଷୀ ମାନିବାକୁ ବାଧ୍ୟ

0 66

ଧର୍ମଗଡ଼,୦୯/୦୧ : କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ମଣ୍ଡି ମାନଙ୍କ ରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି । ଧାନ ଉଠାଣ ରେ ମନ୍ଥରତା ନେଇ ଗତ କିଛିଦିନ ତଳେ ଜିଲ୍ଲା ପ୍ରଶାସନ କିଛି ମର୍ସଲ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏହାପରେ ଧାନ ଉଠାଣ ରେ ସୁଧାର ଆସିବ ବୋଲି ଚାଷୀ ଆଶା କରୁଥିଲେ । କିନ୍ତୁ ନୋଟିସ ପାଇବା ପରେ ବି ମିଲର୍ସ ମାନେ ଏହାକୁ ଭ୍ରୁପେକ୍ଷ କରିନଥିଲେ । ଏବେ ବି ମଣ୍ଡି ରେ ଅଚଳାବସ୍ଥା ଜାରି ରହିଛି । ଅପରପକ୍ଷେ ଜିଲ୍ଲା ପ୍ରଶାସନ ମିଲର୍ସ ମାନଙ୍କୁ ତାଗିଦ କରିବା ବଦଳ ରେ ଚାଷୀମାନଙ୍କୁ ଧମକ ଦେଇ ମଣ୍ଡି ରେ ନୋଟିସ ମରିଛି । ଧାନ କ୍ରୟ ଅଧିକାରୀ ଙ୍କ ବିନା ଅନୁମତି ରେ ମଣ୍ଡିକୁ ଧାନ ଆଣିଲେ ସମ୍ପୃକ୍ତ ଚାଷୀ ଙ୍କ ବିରୋଧ ରେ ଅପରାଧିକ ମାମଲା ରୁଜୁ କରାଯିବ ବୋଲି ନୋଟିସ ରେ ଦର୍ଶାଯାଇଛି । ସେହିପରି ମିଲର୍ସ ତରଫ ରୁ ଧାନ ଉଠାଣ ପ୍ରକ୍ରିୟା ତ୍ୱରାନ୍ୱିତ ନ ହେବାରୁ ଷ୍ଟକ ଥିବା ନେଇ ପାର୍ଲା ମଣ୍ଡି ରେ କ୍ରୟ ସଂସ୍ଥା ଜଗନ୍ନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନୋଟିସ ମରାଯାଇଛି । ଷ୍ଟକ ନ ଉଠିବା ଯାଏଁ ଧାନ ନ ଆଣିବାକୁ ଚାଷୀଙ୍କୁ ତାଗିଦ କରିବା ସହ ବିନା ଅନୁମତି ରେ ଧାନ ନ ଆଣିବାକୁ ଚାଷୀଙ୍କୁ ତାଗିଦ କରିବା ସହ ବିନା ଅନୁମତିରେ ଧାନ ଆଣିଲେ ମଣ୍ଡି ଏଣ୍ଟ୍ରି କରାଯିବ ନାହିଁ ବୋଲି ମଣ୍ଡି ରେ ନୋଟିସ ଦିଆଯାଇଛି । ପେକ୍ସ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର ଏଭଳି ନୋଟିସ ଚାଷୀ ଙ୍କ ପାଇଁ ଦ୍ଵନ୍ଦତ୍ମକ ପରିସ୍ଥିତି ସୃଷ୍ଟି କରିଛି ।                 ଏପଟେ ମାସ ମାସ ଧରି ମଣ୍ଡି ଏଣ୍ଟ୍ରି ପରେ ବି ଧାନ ଉଠୁନି । କେନ୍ଦ୍ରୀୟ ଢାଞ୍ଚା ରେ ଟୋକାନ ଜେନେରେଟ ହେଉଥିବା ଏକକାଳୀନ ଟୋକାନ ବାହାରିବା ଫଳ ରେ ଚାଷୀ ମଣ୍ଡି ରେ ଧାନ ନେଇ ଜମା କରୁଛି କିନ୍ତୁ ଧାନ ଉଠିବାର ନାମ ନେଉନି । ମିଲର୍ସ ଗାଡି ପଠାଉ ନ ଥିବାରୁ ପ୍ୟାକ୍ସ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ଉଠାଇବା ନେଇ ନିଜ ଅସହାୟତା ପ୍ରକାଶ କରୁଛନ୍ତି । ମାସ ମାସ ଧରି ଚାଷୀ ଶୀତ କାକର ରେ ବସି ଜଗିରହୁଛି ସିନା ଧାନ ଉଠୁନି । ଅବଧି ସରିଲେ ଟୋକନ ଉଡିଯାଉଛି । ବିଳମ୍ବ ଯେତେ ହେଉଛି ଚାଷୀ ସେତେ ଅଧିକ ଶୋଷଣ ର ଶିକାର ହେଉଛନ୍ତି । ମଣ୍ଡି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ମିଲର୍ସ କବଜା ରେ ରହିଛି ।ଜିଲ୍ଳା ର ଅନେକ ମଣ୍ଡି ଖୋଲା ଆକାଶ ତଳେ ଥିବାବେଳେ ଧାନ ଉଠାଣ ରେ ମିଲର୍ସ ଙ୍କ ଅସହଯୋଗ ଚାଷୀ ଙ୍କ ପାଇଁ କାଳ ସାଜିଛି । ଜିଲ୍ଲା ରେ ୪୦ଲକ୍ଷ ୨୬ ହଜାର କୁଇଣ୍ଟାଲ ଧାନ ଟାର୍ଗେଟ ଥିବାବେଳେ ଖବର ଲେଖିବା ପର୍ଯ୍ୟନ୍ତ ୩୫ଲକ୍ଷ ୯୩ହଜାର ୫୨୭ .୮୩ କୁଇଣ୍ଟାଲ ଧାନ ଉଠଣ ହୋଇଛି । ଜିଲ୍ଲା ରେ ମୋଟ ଚାଷୀ ସଂଖ୍ୟା ୮୩୪୫୦ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୨୯୫୭ ଜଣ ଚାଷୀ ଧାନବିକ୍ରି କରିଛନ୍ତି । ଏପରି ସ୍ଥଳେ ଧାନ ଉଠାଣ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ବଦଳ ରେ ଚାଷୀ ଙ୍କୁ ଧମକ ଦେବା ଚାଷୀ ପାଇଁ ଚିନ୍ତା ର କାରଣ ସାଜିଛି । ଏପଟେ ଅପରାଧିକ ମାମଲା ଭୟ ସେପଟେ ଟୋକାନ ଉଡିଯିବା ସହ ସ୍ଥାନଭାଵ ଚାଷୀ ପାଇଁ ମୁଣ୍ଡବିନ୍ଧା ସାଜିଛି ।

Leave A Reply

Your email address will not be published.