ଆଜି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

0 67

୯ ମାସ ପରେ ଜନସମାବେଶରେ ଯୋଗଦେବେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମଗଂଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ  ସାଧାରଣ କାର୍ଯ୍ୟକ୍ରମ। ଆଜି ପୂର୍ବାହ୍ନରେ ଜୟପାଟଣା ବ୍ଲକ ମଗଂଲପୁରରେ ହେଲିକପ୍ଟର ଯୋଗେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ୟାପକ ଆୟୋଜନ ସହ ମାଳ ମାଳ ମନ୍ତ୍ରୀ ଓ ବିଧାୟକ କଳାହାଣ୍ଡିରେ ଡେରା ପକାଇଛନ୍ତି । ଏହାପରେ ଭର୍ଚୁଆଲ ମାଧ୍ୟମରେ ଇନ୍ଦ୍ରାବତୀ ମଗଂଲପୁର ଠାରେ ୭୫୬ କୋଟି ବ୍ୟୟରେ ନିର୍ମିତ ପାର୍ବତୀଗିରି ମେଗା ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଦ୍ବାରା ଜୟପାଟଣା , କୋକସରା ଏବଂ ଧର୍ମଗଡ ବ୍ଲକ ର ୨୫ ହଜାର ୨୭୫ ହେକ୍ଟର ଜମି କୁ ଜଳସେଚନ ହୋଇପାରିବ । । ମୁଖ୍ୟମନ୍ତ୍ରୀ, ଦଳୀୟ ବିଧାୟକ ଓ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ପାଇଁ ନିର୍ମାଣ କରାଯାଇଛି ୩ଟି ଷ୍ଟେଜ୍ ।  କେବଳ RTPCR ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ହିଁ ସଭା ସ୍ଥଳକୁ ଯାଇପାରିବେ ବୋଲି ଆଲୋଚନା ହେଉଛି। କୋଭିଡ କଟକଣା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ୪୦ ଗୋଟି ପଞ୍ଚାୟତରେ ସିଧା ପ୍ରସାରଣ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଯାହାକୁ ନେଇ କଳାହାଣ୍ଡି ରାଜନୀତି ସରଗରମ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରାୟ ୨୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.