ଡ୍ରେସ୍ ଚେଞ୍ଜ୍ ବେଳେ ଯୁବତୀଙ୍କ ଫଟୋ ଉଠାଉଥିବା ଯୁବକ ଅଟକ

0 72

କେନ୍ଦୁଝର,୧୫/୦୧: ଲେଡିଜ୍ ଟ୍ରାଏଲ ରୁମରେ ପସି ଫଟୋ ଉଠାଉଥିବା ଯୁବକ ଗ୍ରାହକଙ୍କଠୁ ଭଲରେ ଖାଇଲେ ଉତ୍ତମ ମଧ୍ୟମ । ଏପରି ଏକ ଘଟଣା  କେନ୍ଦୁଝର ଟାଉନଥାନା ଗାନ୍ଧୀଛକ ନିକଟରେ ଥିବା ଏକ ସପିଂ ମଲ୍‌ ପରିସରରେ ଘଟିଛି ।  ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ଘଟଣା ପରେ ଗ୍ରାହକ ପକ୍ଷରୁ ଏ ନେଇ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଯାଇଥିଲା । ଯୁବକ ଜଣକ ହେଲେ କେନ୍ଦୁଝର ଟାଉନ ଥାନା ମାଗୁର ଗାଡିଆ ଅଞ୍ଚଳର ମହମ୍ମଦ ଆତୀଫ । ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନରେ କେନ୍ଦୁଝର ସହରର ଜଣେ ଯୁବତୀ ପରିବାର ସହିତ ଏକ ସପିଂ ମଲ୍‌କୁ କିଛି କିଣାକିଣି କରିବାକୁ ଯାଇଥିଲେ। ଯୁବତୀ ଜଣକ ଏକ ଡ୍ରେସ୍‌ ଟ୍ରାଏଲ କରିବା ପାଇଁ ଟ୍ରାଏଲ ରୁମ୍‌ ଭିତରକୁ ଯାଇଥିଲେ । ଏହି ସମୟରେ ଟ୍ରାଏଲ ରୁମ୍‌ ପାଖରେ ଥିବା ଅନ୍ୟ ଏକ ଟ୍ରାଏଲ ରୁମ୍‌ରେ ପଶି ଆତୀଫ ମୋବାଇଲରେ ଯୁବତୀଙ୍କ ଫଟୋ ଉଠାଉଥିଲା । ଏହି କଥା ଜାଣିପାରିଥିଲେ ଯୁବତୀ। ସେ ସଙ୍ଗେ ସଙ୍ଗେ ଟ୍ରାଏଲ୍‌ ରୁମ୍‌ରୁ ବାହାରି ଜୋରରେ ପାଟି କରିଥିଲେ। ଏହାପରେ କିଛି ସମୟ ପରେ ଆତୀଫ ଟ୍ରାଏଲ ରୁମ୍‌ରୁ ବାହାରକୁ ଆସିବା ପରେ ଅନ୍ୟ ଗ୍ରାହକମାନେ ତାକୁ ଘେରି ଯାଇଥିଲେ । କାହିଁକି ଫଟୋ ଉଠାଉଥିଲୁ ବୋଲି ପଚାରିବାରୁ ଓଲଟା ସେ ହୋହଲ୍ଲା କରିବା ସହିତ ଫଟୋ ଭାଇରାଲ କରିଦେବାକୁ ଧମକ ଦେଇଥିଲା । ଏହା ଶୁଣି ଅନ୍ୟ ଗ୍ରାହକମାନେ ଭଲରେ ଉତ୍ତମ ମଧ୍ୟମ ଦେଇ ଅଟକ ରଖିଥିଲେ । ଏହା ପରେ ସପିଂ ମଲ କର୍ମଚାରୀମାନେ ଯୁବକଙ୍କ ନାମ ଓ ଠିକଣା ପଚାରିଥିଲେ କିନ୍ତୁ ସେ ମିଛ କହିଥିଲା କିନ୍ତୁ ତା ପକେଟରୁ ଆଧାର କାର୍ଡ ବାହାର କରି ଦେଖିବାରେ ଯୁବକ ଜଣକ ମହମ୍ମଦ ଆତୀଫ ବୋଲି ଜଣାପଡିଥିଲା । ମଲ୍‌ କର୍ତ୍ତୃପକ୍ଷ ଏବଂ ଗ୍ରାହକ ଟାଉନଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଯୁବକଙ୍କୁ ଉଠାଇ ଆଣିଥିଲା । ପରେ ଗ୍ରାହକଙ୍କ ପକ୍ଷରୁ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.