ସମ୍‌ରେ କରୋନା ଟିକାକରଣ ଆରମ୍ଭ

0 59

ଭୁବନେଶ୍ୱର ୧୬।୦୧: ସାରାଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି । ଏହାପରେ ରାଜ୍ୟରେ ମଧ୍ୟ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି । ତେବେ ସମ୍‌ ହସ୍ପିଟାଲରେ ପ୍ରଥମେ ଟିକା ନେଇଛନ୍ତି ସୋଆ କୁଳପତି ଅଶୋକ ମହାପାତ୍ର । ଟିକା ନେବା ପରେ ୩୦ ମିନିଟ୍‌ ଅବରଜରଭେସନ୍‌ରେ ରଖାଯାଇଛି । ଟିକାକରଣ ପାଇଁ ସମ୍‌ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ଟିକାକରଣ ପାଇଁ ୬ଟି ହସ୍ପିଟାଲ ଚୟନ କରାଯାଇଛି । ସେଥିମଧ୍ୟରୁ ସମ୍‌ ହ୍ସପିଟାଲ ରହିଛି । ସେହିପରି କଟକ ଏସ୍‌ସିବି ମେଡିକାଲରେ ଟିକାକରଣର ଶୁଭାରମ୍ଭ ହୋଇଛି। ମହିଳା ସଫେଇ କର୍ମଚାରୀଙ୍କୁ କଟକରେ ପ୍ରଥମ କରୋନା ଟିକା ଦିଆଯାଇଛି । ଟିକା ନେଇଥିବା ମହିଳା ସଫେଇ କର୍ମଚାରୀଙ୍କ ନାଁ ବର୍ଷା ଦେଇ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଦେଶରେ ଶନିବାରଠାରୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣ ଅଭିଯାନକୁ ଶୁଭାରମ୍ଭ କରିଛନ୍ତି । ପ୍ରଥମେ ୩କୋଟି ଲୋକଙ୍କୁ ଟିକା ଦିଆଯିବ । ପରେ ଏହାକୁ ୩୦ କୋଟି ଯାଏଁ ବୃଦ୍ଧି କରାଯିବ । ବୟସ୍କ ଓ ଗୁରୁତର ରୋଗୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ ।

Leave A Reply

Your email address will not be published.