ଶିମିଳିପାଳରେ କୁମ୍ଭୀର ସଂଖ୍ୟା ବୃଦ୍ଧି

0 74

ବାରିପଦା,୨୨/୦୧: ଚଳିତ ବର୍ଷ ଶିମିଳିପାଳରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ସୂଚନା ମୁତାବକ ଗତ ବର୍ଷ ଶିମିଳିପାଳର ବିଭିନ୍ନ ନଦୀରେ ୮୧ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାରେ ଅଭିବୃଦ୍ଧି ହୋଇ ୮୭ ହୋଇଛି । ଅର୍ଥାତ ଗତ ବର୍ଷ ଅପେକ୍ଷା ୬ଟି କୁମ୍ଭୀର ବୃଦ୍ଧି ପାଇଥିବା ନେଇ କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡ଼ିଛି । ସୂଚନା ଅନୁଯାୟୀ ଶିମିଳିପାଳର ସାଉଥ ଡିଭିଜନରେ ୭୪ଟି କୁମ୍ଭୀର ଥିବାବେଳେ ଯଶୀପୁରର ରାମତୀର୍ଥରେ ୭ଟି, ଶିମିଳିପାଳ ନର୍ଥ ଡିଭିଜନରେ ୫ଟି, କରଞ୍ଜିଆରେ ୧ଟି ଏବଂ ଠକ୍‌ଠକି ନଦୀରେ ୧ଟି ବୋଲି ଜଣାପଡ଼ିଛି । ସେପଟେ ଶିମିଳିପାଳର ସାଉଥ ଡିଭିଜନ ୱେଷ୍ଟ ଦେଓ ନଦୀରେ ୬୩ଟି କୁମ୍ଭୀର ଥିବାବେଳେ ଇଷ୍ଟଦେଓରେ ୪ଟି, ଖଡ଼ଖାଇରେ ୩ଟି, ଖଇରୀ ନଦୀରେ ୭ଟି, ବୁଢ଼ାବଳଙ୍ଗ ନଦୀରେ ୨ଟି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.