ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବକୁ ନେଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତନାଘନା

0 52

ପାରଳାଖେମୁଣ୍ଡି,୨୭ା୦୧(ଡୁମାଣୀ ଖବର) : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକର ଏକ ଆମ୍ବ ତୋଟାରେ ପଡି ରହିଥିବା ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ଶବକୁ ନେେଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତନାଘନା ଆରମ୍ଭ ହୋଇଛି । ଘଟଣାରୁ ପ୍ରକାଶ,ଗୁରାଣ୍ଡି ଥାନା ଅଧିନରେ ଥିବା ଘୋରଣୀ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଗତକାଲି ଏକ ଗଳିତ ଶବ ପଡିଥିବା ଖବର ପୋଲିସ ଠାରେ ପହଞ୍ଚି ଥିଲା । ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ଏ ନେଇ ଗତକାଲି ଘଟଣା ସ୍ଥଳ ଅନୁଧ୍ୟାନ କରିବା ପରେ ସାଇଣ୍ଟିଫିକ୍ ଟିମ୍କୁ ତଦନ୍ତ ପାଇଁ ଡକାଇ ଥିଲେ । ଆଜି ଏହି ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁସନ୍ଧାନ ଜାରି ରଖିଛନ୍ତି । ଏ ନେଇ ଗୁରାଣ୍ଡି ଥାନାରେ ଏକ ମକଦ୍ଦମା ରୁଜୁ ହୋଇଛି । ସାଇଣ୍ଟିଫିକ୍ ଟିମ୍ ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ସୁଚନା ମିଳିଛି ।

Leave A Reply

Your email address will not be published.