ଖରା ଆରମ୍ଭ ରେ ହିଁ ନିଆଁ !!! ବନବିଭାଗ ପାଖରେ ଖବର ନାହିଁ

0 66

କୋଲନରା :- ୦୫/୦୨ : ଜଙ୍ଗଲ ସୁରକ୍ଷା ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରି ଲୋକ ମାନଙ୍କୁ ଜଙ୍ଗଲ ସୁରକ୍ଷା କରିବା ପାଇଁ ବହୁ ପରିମାଣ ରେ କର୍ମଚାରୀ ନିଯୁକ୍ତି କରୁଛନ୍ତି । ଆଜି ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ସୀମା ଶେଷରେ ଅବସ୍ଥିତ ବନ ବିଭାଗର ଏକ ଜାତୀୟ ଉଦ୍ୟାନ ରେ ଗୁଣୁପୁର ବନାଞ୍ଚଳ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉଦ୍ୟାନ ଠାରୁ ମାତ୍ର ୫୦୦ ମିଟର ଦୂରରେ ନିଆଁ ଲାଗିଥିବା କୌଣସି ଖବର ବନାଧିକାରୀ ମାନଙ୍କ ପାଖରେ ନ ଥିଲା ।ଏହି ସମ୍ପର୍କରେ ବନ ବିଭାଗର ଅଧିକାରୀ ଭଗବାନ ସାରାକା ଙ୍କୁ ପଚାରି ବୁଝିବାରୁ ସେ କହିଲେ କି ଆମ ପିଲାଙ୍କୁ ପଠେଇ ନିଆଁ ଲିଭେଇ ଦେବୁ ବୋଲି କହିଥିଲେ ।ଏଥିରୁ ଜଣା ପଡ଼ିଛି ବନ ବିଭାଗ କେତେ ସକ୍ରିୟ ଅଛନ୍ତି ନିଆଁ ଆୟତ କରିବାକୁ । ଗ୍ରୀଷ୍ମ ଆରମ୍ଭ ହେଇନାହିଁ ସଂରକ୍ଷଣ ଜଙ୍ଗଲ ପାଖରେ ନିଆଁ ଲାଗୁଛି । ନିଆଁ ଲିଭାଇବା ପାଇଁ ଫଳକ ଭଲ ଲେଖା ଯାଇଥିବା ବେଳେ ଫଳକରେ ସିମିତ ନ ରଖି ସକ୍ରିୟ ହେବାକୁ ପଡ଼ିବ କି ନାହିଁ ଫଳକ ହିଁ କହିବ । 

Leave A Reply

Your email address will not be published.