ରାସ୍ତାରେ ରହୁଥିବା ଗାଈଗୋରୁକୁ ଉଠାଇ ନେଲେ ଏନ୍ଏସି କର୍ମଚାରୀ

OLYMPUS DIGITAL CAMERA
0 62

ବୁଗୁଡା: ଏନଏସିର ବିଭିନ୍ନ ରାସ୍ତାରେ ବୁଲୁଥିବା ଗାଈଗୋରୁଙ୍କୁ ବୁଗୁଡା଼ ଏନ୍ଏସି କର୍ତ୍ତୃପକ୍ଷ ଉଠାଇ ନେଉଥିବା ଜଣା ପଡିଛି । ଏହି ବୁଲା ଗାଈଗୋରୁ ମୁଖ୍ୟ ରାସ୍ତା ସମେତ ବଜାର ଓ ବିଭିନ୍ନ ସାହି ମାନଙ୍କରେ ବୁଲୁଥିବା ଓ ରାସ୍ତାରେ ଶୋଇବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଛୋଟ ବଡ଼ ଦୁର୍ଘଟଣା ଘଟି ସମସ୍ୟା ସୃଷ୍ଟି କରୁଥିଲା । କୌଣସି ବ୍ୟକ୍ତି ଯଦି ସାଇକେଲ ବା ବାଇକରେ ଜିନିଷ ପତ୍ର ଓ ପନିପରିବା ରଖିଥିଲେ ବୁଲା ଗାଈଗୋରୁ ମନେ ଟାଣି ଓଟାରି ଖାଇବା ସହ ପାନ ଦୋକାନ, ପରିବାଦୋକାନ ଗୁଡ଼ିକରେ ଜବରଦସ୍ତ ପଶି ଖାଇ ଦେଉଥିଲେ । ଏହି ଘଟଣା ନେଇ ବହୁ ଅଭିଯୋଗ ହେଉଥିବା ବେଳେ ଗାଈଗୋରୁଙ୍କ ମାଲିକମାନେ କର୍ଣ୍ଣପାତ କରୁନଥିଲେ କି ଏନ୍ଏସି ପକ୍ଷରୁ ମଧ୍ୟ କୌଣସି ପଦକ୍ଷପ ନିଆଯାଉନଥିଲା । ବର୍ତ୍ତମାନ ଜିଲ୍ଳା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା଼ ଏନ୍ଏସି ଦାୟୀତ୍ୱରେ ଥିବା ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ବୁଲା ଗାଈଗୋରୁଙ୍କୁ ଧରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଶୁକ୍ରବାର ଠାରୁ ବୁଲା ଗାଈଗୋରକୁ କ୍ୟାଚେର୍ ଭେଇକଲରେ ଉଠାଇ ନିଆଯାଉଛି । ବୁଲା ଗାଈଗୋରୁକୁ ଏନ୍ଏସ କର୍ତ୍ତୃପକ୍ଷ ଧରିବା ପରେ ମାଲିକ ମାନେ ସାଙ୍ଗେ ସାଙ୍ଗେ ନେଲେ ପାଞ୍ଚ ଶହ ଟଙ୍କା ଓ ଦିନକ ପରେ ନେଲେ ଏକ ହଜାର ଟଙ୍କା ଲେଖାଏଁ ତଣ୍ଡ ଗଣିବେ । ଦୁଇ ଦିନ ଯାଏଁ ନନେଲେ ସେହି ଗାଈଗୋରୁଙ୍କୁ କୌଣସି ଗୋଶାଳା ବା ଜିଲ୍ଳା ବାହାରେ କୌଣସି ଗୋପାଳଙ୍କୁ ଦିଆଯିବା ନିୟମ ରହିଥିବା ଜଣାପଡିଛି । ଦୁଇ ଦିନ ମଧ୍ୟରେ ଏନଏସି କର୍ତ୍ତୃପକ୍ଷ ପାଞ୍ଚ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ୪ ଟି ଗାଈକୁ କେହି ମାଲିକ ନେଇ ନଥିବା ଏନ୍ଏସି ନିର୍ବାହ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.