୪ବର୍ଷର ଛୁଆକୁ ଧରି ପଶ୍ଚିମ ବଙ୍ଗ ପୋଲିସ ପହଞ୍ôଚଲେ ଗଜପତିରେ

0 70

ପାରଳାଖେମୁଣ୍ଡି, ୯ା୨ : ମାର୍ଚ୍ଚ ୨୦୨୦ରେ ଖଡଗପୁର ରେଳବାଇ ଷ୍ଟେସନ ପଶ୍ଚିମ ବଙ୍ଗରୁ ଉଦ୍ଧାର ହୋଇଥିବା ୪ବର୍ଷର ଶିଶୁ କନ୍ୟାକୁ ନେଇ ପଶ୍ଚିମବଙ୍ଗର ପୋଲିସ ଗଜପତିରେ ପହଞ୍ôଚଛି । ମାର୍ଚ୍ଚ ୧୫ ତାରିଖରେ ଏହି ଶିଶୁ କନ୍ୟା ଖଡଗପୁର ଷ୍ଟେସନରୁ ଉଦ୍ଧାର ହେବାପରେ ଜିଆରପି ପୋଲିସ ଖଡଗପୁର ଦ୍ୱାରା ଶିଶୁ ମଙ୍ଗଳ ସମିତି ପଶ୍ଚିମ ମେଦିନାପୁରରୁ ଉପସ୍ଥାପିତ କରିଥିଲା । ସମିତିର ନିର୍ଦ୍ଦେଶ ମୁତାବକ ଶିଶୁଟିକୁ ପଶ୍ଚିମ ମେଦିନାପୁରର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଥିଲା । ଶିଶୁଟିର ଠିକଣା ପାଇବା କଷ୍ଟ ହୋଇପଡିଥିଲା । ମାତ୍ର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପଶ୍ଚିମ ମେଦିନାପୁର ପ କ୍ଷରୁ ବାରମ୍ବାର କାଉନସିଲିଂପରେ ଠିକଣା ମିଳିଥିଲା । ପରବର୍ତ୍ତୀ ସମୟରେ ଠିକଣା ସ୍ପଷ୍ଟ ନଥିଲେ ମଧ୍ୟ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବାରମ୍ବାର ଚେଷ୍ଟାପରେ ଶିଶୁଙ୍କର ବାପାଙ୍କ ପାଖରେ ପହଞ୍ôଚଥିଲା । ଏହି ଖବର ପ୍ରକାଶ ପାଇବାପରେ ମେଦିନାପୁରର ୪ଜଣିଆ ପୋଲିସ ଟିମ୍ ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରାଜୀବ ମଲ୍ଲିକ ପ୍ରମୁଖ ପାରଳାଖେମୁଣ୍ଡିରେ ପହଞ୍ôଚଛନ୍ତି । ଗଜପତି ଶିଶୁ ମଙ୍ଗଳ ସମିତିରେ ଉକ୍ତ ଶିଶୁକୁ ଉପସ୍ଥାପନ କରାଯାଇଥିଲା । ସମିତି ପକ୍ଷରୁ ସ୍ୱଳ୍ପ ସମୟ ପାଇଁ ଶିଶୁଟିକୁ ସ୍ୱତନ୍ତ୍ର ପୋଷ୍ୟସନ୍ତାନ କେନ୍ଦ୍ର ଗଜପତିକୁ ହସ୍ତାନ୍ତର କରାଯାଇଛି । ପରବର୍ତ୍ତୀ ମୁହୂର୍ତ୍ତରେ ତାର ଆବଶ୍ୟକ ଥଇଥାନ ଏବଂ ସରକାରୀ ସହାୟତା ପାଇଁ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.