ସରକାରୀ ନିୟମର ଅବମାନନା ଯୋଗୁଁ ମୋହନା ବିଡିଓ ନିଲମ୍ବିତ

0 67

ପାରଳାଖେମୁଣ୍ଡି, ୬ା୩ : ସରକାରୀ ନିୟମର ଅବମାନନା ସହ ନିଜ କ୍ଷମତାର ଦୁରପୋଯୋଗ କରିବା ବିନା ଅନୁମୋଦନରେ ମାସ ମାସ ଧରି ଛୁଟିରେ ରହିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ମୋହନା ବଡିଓ ବଂଶୀଧର ଖୋସଲା । ଏନେଇ ପଞ୍ଚାୟତ ରାଜ ବିଭାଗର ଚିଠି ନଂ ପିଆର୍-ବିଡିଓ- ଏ୍ସଟିଟି-୦୦୭୮-୨୦୨୦-୪୩୯୭ ତାରିଖ ୦୩.୦୩.୨୦୨୧ର ନିର୍ଦ୍ଦେଶନାମାରେ ଏଭଳି ଦର୍ଶାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୪ ତାରିଖରେ ଅଡବା ଥାନା ମାଣ୍ଡିମେରା ନିକଟରୁ ଜବତ ହୋଇଥଲା କାଜୁ ସହ ଗଞ୍ଜେଇ ବୋଝେଇ ଟ୍ରକ । ଜବତ ୧୭କ୍ୱିଣ୍ଟାଲ ୮୧୪ ଗ୍ରାମ କାଜୁ କୁ ରିଭେଲ୍ୟୁସନ କରି ବିକ୍ରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜବତ ଚୋପାଛଡା କାଜୁ ଯାହାର ମୂଲ୍ୟ ଏକ କୋଟି ୪୨ ଲକ୍ଷ ସ୍ଥଳରେ ଚୋପାଥିବା କାଜୁ ଦର୍ଶାଇ ୧୪ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । କାଜୁ ସହ ଗଞ୍ଜେଇ ବୋଝେଇ ଟ୍ରକ ଜବତ ଘଟଣା ପରେ ଜବତ କାଜୁକୁ ଚଞ୍ଚକତା କରି ବିକ୍ରି ଅଭିଯେଗରେ ମୋହନା ବିଡିଓ ବଂଶୀଧର ଖୋସଲାଙ୍କ ସମେତ ପୂର୍ବତନ ଅଡବା ଥାନା ଅଧିକାରୀ ତପନ କୁମାର ପତି, ମୋହନା ଯୋଗାଣ ନିରୀକ୍ଷକ ଶଙ୍କର ବେହେରାଙ୍କ ସମେତ ୬ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଥିବା ବେଳେ ତକ୍ରାଳୀନ ଅଡବା ଥାନା ଏସ୍.ଆଇ. ଆଲୋକ ରଂଜନ ଜଗଦଲଙ୍କୁ ନିଲମ୍ବିତ କରାଯାଇଥିଲା । ଅପରପକ୍ଷରେ ମୋହନା ବିଡିଓ ଶ୍ରୀ ଖୋସଲା ନିଜ ଦୋଷକୁ ଘୋଡାଇବାକୁ ଯାଇ ଉପର କୋର୍ଟରୁ ସର୍ତ ମୂଳକ ଜାମିନ ଆଣିବାକୁ ଯାଇ ମାସ ମାସ ଧରି କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ ଯାହାକୁ ନେଇ ପଞ୍ଚାୟତ ରାଜ ବିଭାଗ ଶେଷରେ କାର୍ଯ୍ୟରୁ ନିଲମ୍ବିତ କରିଥିବାର ଜଣାପଡିଛି । ସେ ପିଡି ଡିଆର୍ଡିଏଙ୍କ ବିନା ଅନୁମୋଦନରେ ମାସ ମାସ ଧରି ଛୁଟି ରହିଥିବା ଅଭିଯୋଗ ମଧ୍ୟ ରହିଥିଲା । ତେବେ ଏହି କାଜୁ ବିକ୍ରି ମାମଲାରେ ବର୍ତ୍ତମାନ ସୁଦ୍ଧା ଦୁଇ ନିଲମ୍ବିତ ହେଲେ ମଧ୍ୟ ଏଥିରେ ଜଡିତ ଅନ୍ୟମାନଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ରହିଥିବା ବେଳେ ଉକ୍ତ କଥା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଅଛି ।

Leave A Reply

Your email address will not be published.