ଆଉ ଏକ ବ୍ୟାପମ ପରୀକ୍ଷା ଦୁର୍ନୀତି : ତଦନ୍ତ ନିର୍ଦ୍ଦେଶ

0 65

ଭୋପାଲ, ୬ ।୩:ବ୍ୟାପମ ଦ୍ୱାରା ସରକାରୀ ନିଯକ୍ତି ପାଇଁ କରାଯାଇଥିବା ପରୀକ୍ଷାରେ ଦୁର୍ନୀତି ଗନ୍ଧ ସାମ୍ନାକୁ ଆସିଛି । ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିବା ସନ୍ଦେହ ସୃଷ୍ଟି ହେବାରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରଦେଶ ପ୍ରଫେସନାଲ ଏକଜାମିନେସନ ବୋର୍ଡ (ଏମପିପିଇବି) ବା ବ୍ୟାପମ ଦ୍ୱାରା ଫେବୃଆରୀ ୧୦-୧୧ରେ ସରକାରୀ ନିଯୁକ୍ତି ପାଇଁ ପରୀକ୍ଷା ହୋଇଥିଲା । କୃଷି ଏକ୍ସଟେନସନ ଅଫିସରସ ଓ ବରିଷ୍ଠ ଏଗ୍ରିକଲଚରାଲ ଡେଭଲପମେଣ୍ଟ ଅଫିସର୍ସ ପଦବୀ ପାଇଁ ଏହି ପରୀକ୍ଷା କରାଯାଇଥିଲା । ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ସମାନ ଅଞ୍ଚଳ ଓ ସଂପ୍ରଦାୟର ୧୦ ଜଣ ଶିକ୍ଷାର୍ଥୀ ଟପ୍ର ହୋଇଥିଲେ ହେଁ ସେମାନଙ୍କ ସ୍କୁଲ ଏବଂ କଲେଜ ଏକାଡେମୀ ରେକର୍ଡ ଏଥିରେ ଅସମାନତା ଥିବା ଦର୍ଶାଇଛି । ତେଣୁ ଏଥିରେ ବ୍ୟାପକ ଚଞ୍ଚକତା କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି । ସେମାନେ ଭୁଲ ଉତ୍ତରରେ ଦେଇଥିଲେ ହେଁ ଏହାକୁ ବ୍ୟାପମ ଠିକ୍ ଦର୍ଶାଇ ଫେବୃଆରୀ ୧୭ରେ ଅପଲୋଡ କରିଥିବା ଉତ୍ତର ଖାତାରେ ପ୍ରଦର୍ଶିତ କରିଛି । ସାଧାରଣ ଜ୍ଞାନ କ୍ଷେତ୍ରରେ ମଧ୍ୟ ସମାନ ତ୍ରୁଟି ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାକୁ ଦୁଇଜଣ କଂଗ୍ରେସ ବିଧାୟକ ବିଧାନସଭାରେ ଉଠାଇଥିଲେ । ଏହାକୁ ଆଧାର କରି ମୁଖ୍ୟମନ୍ତ୍ରୀ ଚୌହାନ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଦୁର୍ନୀତି ବିରୋଧରେ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.