ପୁଣି ଉଗ୍ର ହେଉଛି କରୋନା

0 64

ବର୍ତ୍ତମାନ ଦେଶ ତଥା ରାଜ୍ୟରେ କରୋନାକୁ ନେଇ ପୁଣି ଭୟ ଘାରିଛି । କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଏବେ ରାଜ୍ୟରେ ଦିନକୁ ୭,୩୦୦ ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି । ଏହାଛଡା ସ୍ଥିତିର ତଦାରଖ କରିବାକୁ ବିଭାଗୀୟ ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ ବାହାର ରାଜ୍ୟର କରୋନା ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷଣ ନଜର ରଖିଛି । କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ପୁଣି ଭୟ ବଢ଼ିବା ଆରମ୍ଭ ହୋଇଛି । ବିଗତ କିଛିଦିନ ହେବ କରୋନାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଉଭୟ କେନ୍ଦ୍ର ଓ ରାଜ୍ୟକୁ ଚିନ୍ତାରେ ପକାଇଛି । ସବୁଠାରୁ ଅଧିକ ଚିନ୍ତାଜନକ ବିଷୟ ହେଉଛି ଜାନୁଆରୀ ଅପେକ୍ଷା ଫେବୃୟାରୀରେ ଅଧିକ ଆକ୍ଟିଭ୍ କେସ୍ ବଢ଼ିଛି । କରୋନା ଭ୍ୟାକ୍ସିନ୍ ଆସିବା ପରେ ଏହାର ଭୟବହତାକୁ ନେଇ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଥିବାବେଳେ ବର୍ତ୍ତମାନ ଏହି ଟ୍ରେଣ୍ଡ ବଦଳିଛି । ଡିସେମ୍ବର ମାସ ଶେଷରେ ଦେଶରେ କରୋନା ଆକ୍ଟିଭ୍ କେସ୍ ୨ଲକ୍ଷ ୫୨ ହଜାର ୭୦୧ ଥିବାବେଳେ ଜାନୁଆରୀରେ ଏହା ହ୍ରାସ ପାଇ ୧ଲକ୍ଷ ୭୫ହଜାର ୬୮୫ରେ ପହଞ୍ôଚଥିଲା । ଏହି ସଂଖ୍ୟାକୁ ଦେଖି ଆଶା କରାଯାଉଥିଲା ଯେ ଫେବୃୟାରୀରେ ଆକ୍ଟିଭ୍ କେସ୍ ୮୦ ହଜାର ମଧ୍ୟରେ ସୀମିତ ରହିବ । କିନ୍ତୁ ସବୁ ଗଣିତକୁ ଓଲଟପାଲଟ କରିଦେଲା ଏହି ମହାମାରୀ । ଫେବୃୟାରୀ ମାସର ଶେଷରେ ଆକ୍ଟିଭ୍ କେସ୍ ୧ଲକ୍ଷ ୬୫ହଜାର ୭୧୫ ରହିଥିଲା । ଫେବୃୟାରୀର କିଛିଦିନ ନୀରବତା ପରେ ପୁଣି ମାର୍ଚ୍ଚରେ ମୁଣ୍ଡ ଟେକିଲା ଏହି ମହାମାରୀ । ସୋମବାର ୨୬ ହଜାର ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୧୮ଜଣଙ୍କ ମଧ୍ୟ ଜୀବନ ନେଇଛି । ଦେଶରେ ଏବେ ଆକ୍ଟିଭ୍ କେସ୍ ୨ଲକ୍ଷ ୧୯ ହଜାର ୨୬୨ ଥିବାବେଳେ ବିଶେଷକରି ୬ଟି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ହେଲା କରୋନା ମହାମାରୀ ଟିକିଏ ଧିମା ପଡ଼ିଥିବାବେଳେ ଲୋକମାନେ ପୂରା ଖୁଲମ୍ଖୁଲ୍ଲା ଭାବେ ଗାଇଡ୍ଲାଇନ୍କୁ ମାନୁନାହାନ୍ତି ଯାହା ପୁଣିଥରେ ବିପଦକୁ ଡାକିଆଣିବ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଧୂମ୍ରପାନ, ଗୁଟ୍କା, ପାନମସଲା, ଅନ୍ୟାନ୍ୟ ନିଶା ସେବନ ଓ ଛେପ ପକାଇବା ଉପରେ କଡ଼ା କଟକଣା ଜାହିର କରାଯାଇଥିବାବେଳେ ଏହା କିନ୍ତୁ ଏବେ ଆଉ ଠିକଣା ଭାବେ କାର୍ଯ୍ୟକାରୀ ହେଉନାହିଁ । ରାସ୍ତାଘାଟ, ପାର୍କ ଠାରୁ ଆରମ୍ଭ କରି ଯେକୌଣସି ସର୍ବସାଧାରଣ ସ୍ଥାନରେ ସେମାନେ ଖାଲି ମଦ, ବିଡ଼ି, ସିଗାରେଟ୍ ନୁହେଁ ବ୍ରାଉନ୍ସୁଗାର ଓ ଚରସ ଭଳି ନିଶାଦ୍ରବ୍ୟକୁ ଏହି ନିଶାଡ଼ିମାନେ ବ୍ୟବହାର କରୁଥିବା ଦେଖାଯାଉଛି । ଖଣ୍ଡଗିରି ଠାରୁ ଆରମ୍ଭ କରି ବୁଦ୍ଧପାର୍କ, ଇନ୍ଦିରାପାର୍କରୁ ନନ୍ଦନକାନନ ପର୍ଯ୍ୟନ୍ତ ଚାରିଅ।।ଡ଼େ ଏବେ ଏହି ନିଶାଡ଼ିଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ଏଥିପ୍ରତି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡ଼ିଛି । ନଚେତ୍ ପୁଣି ଯେ କରୋନା ସଂକ୍ରମଣ ବଢ଼ିବ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.