ଅସମ୍ପୁର୍ଣ୍ଣ ଅବସ୍ଥାରେ ସୁନାବେଡା ଅଭୟାରଣ୍ୟର ୧୭ଟି ପ୍ରଧାନମନ୍ତ୍ରୀ ରାସ୍ତା

0 68


ନୂଆପଡ଼ା,୧୯ା୩: ସରକାର ସୁନାବେଡା ଅଭୟାରଣ୍ୟ ବାନବସୀଙ୍କୁ ଗମନା ଗମନ ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ରାସ୍ତା ନିର୍ମାଣ ପାଇଁ ବହୁ କୋଟି ଟଙ୍କାର ଅନୁଦାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୧୭ଟି ରାସ୍ତା ନିର୍ମାଣ କାମ ଆରମ୍ଭ ହେବାର ୭ ବର୍ଷ ବିତି ଯାଇଥିଲେ ବି ସମ୍ପୁର୍ଣ୍ଣ ହୋଇ ପାରିନାହିଁ । ବନ୍ୟପ୍ରାଣୀ ବିଭାଗ ଅଭୟାରଣ୍ୟ ଓ ପ୍ରସ୍ତାବିତ ବ୍ୟଘ୍ର ପ୍ରକଳ୍ପ ବାହାନା କରି ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଇନଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧାରୁ କାମ ବନ୍ଦ କରି ଦେଇଛି । ଏବେ ବନବାସୀ ମାନେ ଜାତାୟତ ସୁବିଧା ନଥିବାରୁ ଦୁର୍ଦ୍ଦଷା ଭୋଗୁଛନ୍ତି ।
ସୁନାବେଡା ଅଭୟାରଣ୍ୟ ଭିତରେ ବାନବାସୀଙ୍କ ଜାତାୟତ ସୁବିଧା ପାଇଁ ୧୭ ଟି ପ୍ରାଧନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ଆରମ୍ଭ ହୋଇଥିଲା । ୨୦୧୩-୧୪ରେ ବାଟିବାହାଲ ଠାରୁ ସୁନାବେଡା(ପାର୍ଟ-ଏ) ପର୍ଯ୍ୟନ୍ତ ୧୦ କିମି ରାସ୍ତା ନିର୍ମାଣ ପାଇଁ ୪ କୋଟି ୯୪.୪୪ ଲକ୍ଷ ମଞ୍ଜୁର ହୋଇଥିଲା । ଏହି କାମ ୨୦୧୬ ଜାନୁୟାରୀ ୨୭ରେ ଆରମ୍ଭ ହୋଇ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସମ୍ପୁର୍ଣ୍ଣ ହେବାକୁ ରହିଥିଲା । ବାଟିବାହାଲ ଠାରୁ ସୁନାବେଡା(ପାର୍ଟ-ବି) ୧୦ କମି ରାସ୍ତା ନିର୍ମାଣ ପାଇଁ ୪ କୋଟି ୮୨.୬୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହି କାମ ୨୦୧୬ ଜୁଲାଇ ୧୭ରେ ଆରମ୍ଭ ହୋଇ ଗୋଟିଏ ବର୍ଷ ଭିତରେ ସମ୍ପୁର୍ଣ୍ଣ ହେବାକୁ ରହିଥିଲା । ଚେରେଚୁଆଁରୁ କାଙ୍କେରମଞ୍ଜି (ପାର୍ଟ-ଏ) ୯ କିମି ରାସ୍ତା ନିର୍ମାଣ ପାଇଁ ୪ କୋଟି ୬.୪୭୫ ଲକ୍ଷ ମଞ୍ଜୁର ହୋଇଥିଲା । ଏହି କାମ ୨୦୧୬ ଜାନୁୟାରୀ ୨୭ରେ ଆରମ୍ଭ ହୋଇ ୨୦୧୭ ଜାନୁୟାରୀ ୨୬ ସୁଦ୍ଧା ସମ୍ପୁର୍ଣ୍ଣ ହେବାକୁ ରହିଥିଲା । ଚେରେଚୁଆଁରୁ କାଙ୍କେରମଞ୍ଜି(ପାର୍ଟ-ବି) ୮ କିମି ରାସ୍ତା ନିର୍ମାଣ ପାଇଁ ୪ କୋଟି ୨୧.୫୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଏହା ୨୦୧୬ ଜୁନ ୬ରେ ଆରମ୍ଭ ହୋଇ ଏକ ବର୍ଷ ଭିତରେ କାମ ସମ୍ପୁର୍ଣ୍ଣ କରିବାକୁ ଅବଧି ରହିଥିଲା । କୋଟ୍ରାବେଡା ଠାରୁ ଦେଓସିଲ ୮ କିମି ରାସ୍ତା ନିର୍ମାଣ ପାଇଁ ୩ କୋଟି ୭୫.୮୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ୨୦୧୬ ଜୁନ ୨ରେ ଆରମ୍ଭ ହୋଇ ବର୍ଷକ ଭିତରେ ସମ୍ପୁର୍ଣ୍ଣ ହେବାକୁ ରହିଥିଲା । ସୁନାବେଡା ଠାରୁ ଗାଦିବେଡା ୫ କମି ରାସ୍ତା ନିର୍ମାଣ ପାଇଁ ୨ କୋଟି ୬୦ ଲକ୍ଷ ୪୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ସୁନାବେଡା ଠାରୁ ଜାମଗାଁ ୬.୫ କିମି ରାସ୍ତା ନିର୍ମାଣ ପାଇଁ ୨ କୋଟି ୯୨.୧୭ ଲକ୍ଷ ମଞ୍ଜୁର ହୋଇଥିଲା । ଏହି ଦୁଇଟି ରାସ୍ତା କାମ ୨୦୧୬ ଜାନୁୟାରୀ ୨୭ରେ ଆରମ୍ଭ ହୋଇ ଏକ ବର୍ଷରେ କାମ ସମ୍ପୁର୍ଣ୍ଣ ହେବାକୁ ଥିଲା ।
ସୁନାବେଡା ଠାରୁ ସୋସେଙ୍ଗ ୮ କିମି ରାସ୍ତା ନିର୍ମାଣ ପାଇଁ ୪ କୋଟି ୧୪.୯୬ ଲକ୍ଷ ମଂଜୁର ହୋଇଥିଲା । ୨୦୧୬ ଜୁନ ୬ରେ ଆରମ୍ଭ ହୋଇ ଏକ ବର୍ଷ ଭିତରେ କାମ ସମ୍ପୁର୍ଣ୍ଣ ହେବାର ଥିଲା । ୨୦୧୨-୧୩ରେ କାଙ୍କେରମଞ୍ଜି- କେରମେଲି-ପେଠିଆପାଲି-ଗୋଲାବନ୍ଦ ୧୦.୫ କିମି ରାସ୍ତା ନିର୍ମାଣ ପାଇଁ ୩ କୋଟି ୯୮.୭୫ ଲକ୍ଷ ମଞ୍ଜୁର ହୋଇଥିଲା । ୨୦୧୫ ଜାନୁୟାରୀ ୨୮ରେ ଆରମ୍ଭ ହୋଇ ଡିସେମ୍ବର ୨୭ ସୁଦ୍ଧା ସମ୍ପୁର୍ଣ୍ଣ ହେବାର ଥିଲା । ୨୦୧୬-୧୭ରେ ସୋସେଙ୍ଗ ଠାରୁ ଗୁଣ୍ଡ୍ରିପାଣି ୨.୨ କିମି ରାସ୍ତା ନିର୍ମାଣ ପାଇଁ ୮୬.୩୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ୨୦୧୮ ଫେବୃୟାରୀ ୧୮ରେ ଆରମ୍ଭ ହୋଇ ନଭେମ୍ବର ୨୭ ସୁଦ୍ଧା କାମ ସରିବାର ଥିଲା । ସୋସେଙ୍ଗ ଠାରୁ ରୁପିଆମ ୪.୫ କିମି ରାସ୍ତା ନିର୍ମାଣ ପାଇଁ ୧ କୋଟି ୭୩.୭୭ ଲକ୍ଷ ମଞ୍ଜୁର ହୋଇଥିଲା । ୨୦୧୮ ଜାନୁୟାରୀ ୪ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୩ରେ କାମ ସରିବାକୁ ରହିଥିଲା । ସୁନାବେଡା ଠାରୁ ଜୁନାପାଣି ୪ କମି ରାସ୍ତା ନିର୍ମାଣ ପାଇଁ ୧ କୋଟି ୮୧.୨୮ ଲକ୍ଷ ମଞ୍ଜୁର ହୋଇଥିଲା । ୨୦୧୮ ଏପ୍ରିଲ ୧୮ରେ ଆରମ୍ଭ ହୋଇ ଅକ୍ଟୋବର ୩ ସୁଦ୍ଧା ସମ୍ପୁର୍ଣ୍ଣ ହେବାର ଥିଲା । କୋଟ୍ରାବେଡା ଠାରୁ କେଛପଖାନ ୧୫ କିମି ରାସ୍ତା ନିର୍ମାଣ ପାଇଁ ୫ କୋଟି ୯୫.୨୪ ଲକ୍ଷ ମଞ୍ଜୁର ହୋଇଥିଲା । ୨୦୧୮ ମଇ ୧୫ରେ ଆରମ୍ଭ ହୋଇ ବର୍ଷକ ଭିତରେ ସମ୍ପୁର୍ଣ୍ଣ ହେବାକୁ ଥିଲା । ଗାଦିବେଡା ଠାରୁ ଢେକୁନପାଣି ୨ କିମି ରାସ୍ତା ନିର୍ମାଣ ପାଇଁ ୭୦.୪୧ ଲକ୍ଷ ମଂଜୁର ହୋଇଥିଲା । ୨୦୧୭ ଅକ୍ଟୋବର ୩୦ରେ ଆରମ୍ଭ ହୋଇ ୨୦୧୯ ଜୁଲାଇ ୨୯ ସୁଦ୍ଧା ସମ୍ପୁର୍ଣ୍ଣ ହେବାର ଥିଲା । କେଛପଖାନରୁ ଶିବନାରାୟଣପୁର ୩.୩ କିମି ରାସ୍ତା ନିର୍ମାଣ ପାଇଁ ୧ କୋଟି ୨୧.୭୨ ଲକ୍ଷ ମଞ୍ଜୁର ହୋଇଥିଲା । ୨୦୧୮ ମାର୍ଚ୍ଚ ୧୮ରେ ଆରମ୍ଭ ହୋଇ ବର୍ଷକ ଭିତରେ କାମ ସମ୍ପୁର୍ଣ୍ଣ ହେବାକୁ ରହିଥିଲା । ୨୦୧୭-୧୮ରେ ଜୁନାପାଣି ଠାରୁ ସନବାହାଲି ୨ କିମି ରାସ୍ତା ନିର୍ମାଣ ପାଇଁ ୯୮.୮୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ୨୦୧୮ ନଭେମ୍ବର ୧୯ରେ ଆରମ୍ଭ ହୋଇ ୨୦୧୯ ଜୁଲାଇ ୧୮ରେ ସମ୍ମୁର୍ଣ୍ଣ ହେବାକୁ ଥିଲା । ୨୦୧୯-୨୦ରେ ପଣ୍ଡ୍ରିପାଣି ରାସ୍ତା(ଟିକ୍ରାପଡା ରୁ ସନ୍ତୋଷପଡା) ୩.୯ କିମି ରାସ୍ତା ନିର୍ମାଣ ପାଇଁ ୨ କୋଟି ୨୦.୩୭ ଲକ୍ଷ ମଞ୍ଜୁର ହୋଇଥିଲା । ୨୦୨୦ ଜାନୁୟାରୀ ୩୦ରେ କାମ ଆରମ୍ଭ ହୋଇ ଅକ୍ଟୋବର ୨୯ ସୁଦ୍ଧା କାମ ସମ୍ପୁର୍ଣ୍ଣ ହେବାକୁ ଥିଲା । ରାସ୍ତା ନିର୍ମାଣ ପାଇଁ ମାଟି ଖୋଲି ମେଟାଲିଂ କାମ ଚାଲିଥିଲା । ଏହି ସମୟରେ ବନ୍ୟପ୍ରାଣୀ ବିଭାଗ ଅନୁମତି ନଥିବା ଦର୍ଶାଇ କାମକୁ ବନ୍ଦ କରି ଦେଇଥିଲା । ଏବେ ୧୭ଟି ପ୍ରଧାନମନ୍ତ୍ରୀ ରାସ୍ତା ଅସମ୍ପୁର୍ଣ୍ଣ ହୋଇ ପଡି ରହିଛି । ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କାମ ଫାଇଲ ବନ୍ଦ କରି ଦେଇଥିବାରୁ ନିର୍ମାଣ କାମ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଉଛି । ତେବେ ତୁରନ୍ତ ରାସ୍ତା ନିର୍ମାଣ କାମ ସମ୍ପୁର୍ଣ୍ଣ କରି ବନବାସୀଙ୍କୁ ଗମନା ଗମନ ସୁବିଧା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଅଭୟାରଣ୍ୟବାସୀ ଦାବୀ କରିଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସଂଜୟ ରଂଜନ ରାୟଙ୍କୁ ପଚାରିବାରୁ, ବନ୍ୟପ୍ରାଣି ବିଭାଗ ରାସ୍ତା ନିର୍ମାଣ ପାଇଁ ଅନୁମତି ଦେଉନଥିବାରୁ କାମ ବନ୍ଦ ରହିଛି । ସେମାନେ କାମ ଆରମ୍ଭ କରିବାକୁ ଅନୁମତି ଦେଲେ ଖୁବ ଶିଘ୍ର କାମ ସମ୍ପୁର୍ଣ୍ଣ କରିବୁ ବୋଲି କହିଥିଲେ ।

Leave A Reply

Your email address will not be published.