ଏଣିକି ଲଟେରୀ ଜରିଆରେ ପ୍ରଦାନ କରାଯିବ ବିଦେଶୀ ମଦ ଦୋକାନ ଲାଇସେନ୍ସ

72

ଗଞ୍ଜାମ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଦେଶୀ ମଦ ଦୋକାନ ଲାଇସେନ୍ସ ଏଣିକି ଲଟେରୀ ଜରିଆରେ ପ୍ରଦାନ କରାଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି କ୍ରମେ ଅନ୍ ଲାଇନ୍ ଯୋଗେ ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ଦାଖଲ କରି ଆବେଦନ କରିଛନ୍ତି । ରାଜସ୍ୱ ବୃଦ୍ଧି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଥିବା କୁହାଯାଇଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ମୋଟ୍ ୩୬ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନ ରହିଛି । ଏହି ମଦ ଦୋକାନର ଲାଇସେନ୍ସ ପାଇବା ପାଇଁ ବର୍ତମାନ ସୁଦ୍ଧା ମୋଟ୍ ୧୧୭୮ ଜଣ ଆବେଦନ କରିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ତେବେ ପାତ୍ରପୁର ଠାରେ ଥିବା ବିଦେଶୀ ମଦ ଦୋକାନ ପାଇଁ ସର୍ବାଧିକ ୧୫୪ ଜଣ ଆବେଦନ କରିଥିବା ଜଣାପଡିଛି ।

Comments are closed.