ମୁମ୍ବାଇ ଓ ବାଙ୍ଗାଲୋରରୁ ୯ଜଣ ନାବାଳକ ନାବାଳିକାଙ୍କ ଉଦ୍ଧାର

0 76

ପାରଳାଖେମୁଣ୍ଡି,୧ା୪ : ମୁମ୍ବାଇ ଏବଂ ବାଙ୍ଗାଲୋରରୁ ୯ଜଣ ନାବାଳକ ଓ ନାବାଳିକାକୁ ଗଜପତି ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଏଠାକୁ ଆଣିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଶିଶୁ ମାନଙ୍କର ପିତା ମାତାଙ୍କ ଅଭିଯୋଗ ସହ ବିଭିନ୍ନ ଗଣମାଧ୍ୟମରୁ ଖବର ପ୍ରକାଶ ପରେ ଗଜପତି ଜିଲ୍ଲା ପ୍ରଶାସନ ପ୍ରଥମେ ମୁମ୍ବାଇର ଶିଶୁ ଯତ୍ନ ଅନୁଷ୍ଠାନ, “ଚିଲ୍ର୍ଡନ ଏଇଡ ସୋସାଇଟି” ଏବଂ ଶିଶୁ ମଙ୍ଗଳ ସମତି ସହ ଯୋଗାଯୋଗ କରିବା ପରେ କିପରି ଶିଶୁ ମାନଙ୍କୁ ମୁମ୍ବାଇରୁ ଉଦ୍ଧାର କରି ଗଜପତି ଅଣାଯିବ ତାହାପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ମୁମ୍ବାଇ ପ୍ରଶାସନ କହିବା ପ୍ରକାରେ ଏହି ତିନିଗୋଟି ଝିଅଙ୍କୁ ଲୋକମାନ୍ୟ ତିଲକ ଟର୍ମିନାଲରୁ ରେଳବାଇ ଚାଲ୍ଡଲାଇନ୍ ଉଦ୍ଧାର କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଆଇନ ପରିବେଷଣ ଅଧିକାରୀ ଜୟପ୍ରକାଶ ବାଡାତ୍ୟାଙ୍କ ନେତୃତ୍ୱରେ ଏକ ଚାରିଜଣିଆ ଟିମ୍ ମୁମ୍ବାଇ ଗସ୍ତ କରିଥିଲେ । ସେଥି ମଧ୍ୟରେ ପୋଲିସ ବିଭାଗ ତରଫୁର ସଦାଶିବ ରେଡ୍ଡି, ଗୀତା ସିଂ ଏବଂ ମଞ୍ଜୁଳା ଭୂୟାଁ ସେଠାରେ ମୁମ୍ବାଇ ସୁବୁରବାନ ଜିଲ୍ଲା ପ୍ରଶାସନର ସହାୟତାରେ ଶିଶୁମାନଙ୍କୁ ନେଇ ନିଜ ଜିଲ୍ଲା ଗଜପତିର ପାରଳାଖେମୁଣ୍ଡି ଠାରେ ପହଞ୍ôଚଥିଲେ । ଏହି ସମସ୍ତ ଶିଶୁ ମୋହନା ଅଞ୍ଚଳର ହୋଇଥିବା ବେଳେ ଏହି ବିଷୟକୁ ନେଇ ମୋହନା ଥାନାରେ ଏଫଆଇଆର ରୁଜୁ ହୋଇଛି । କୋଭିଡ ଗାଇଡଲାଇନ୍କୁ ଅନୁସରଣ କରି ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ଉପସ୍ଥାପନ କରାଯାଇଛି । ସେମାନଙ୍କ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି ଅନ୍ୟ ଏକ କେସ୍ରେ ଶିଶୁ ମାନଙ୍କୁ ବାଙ୍ଗାଲୋର କାମ କରିବା ପାଇଁ ନେଉଥିବା ସମୟରେ ବିଏମ୍ଟିସି ବସଷ୍ଟାଣ୍ଡରୁ ବାଙ୍ଗାଲୋର ଚାଇଲ୍ଡଲାଇନ୍ ୬ଜଣ ନାବାଳକଙ୍କୁ ଉଦ୍ଧାର କରିଥିଲେ । ପିତା ମାତା ଏବଂ ବିଭିନ୍ନ ଗଣମାଧ୍ୟମରୁ ଖବର ପାଇଲା ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମେ ବାଙ୍ଗାଲୋରର ଶିଶୁ ଯତ୍ନ ଅନୁଷ୍ଠାନ ଏବଂ ଶିଶୁ ମଙ୍ଗଳ ସମିତି ସହ ଯୋଗାଯୋଗ କରିବା ପରେ କିପରି ଶିଶୁ ମାନଙ୍କୁ ବାଙ୍ଗାଲୋରରୁ ଉଦ୍ଧାର କରି ଗଜପତି ଅଣାଯିବ ତାହାପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଡୁଙ୍ଗେଇ ମଲିକଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ବାଙ୍ଗାଲୋର ଗସ୍ତ କରିଥିଲେ । ସେଥିମଧ୍ୟରେ ପୋଲିସ ବିଭାଗ ତରଫରୁ ପି.ମନ୍ମଥ ରାଓ, ଏଲ୍.ଆଶୋକ କୁମାର, ଜି.ଦେବେନ୍ଦ୍ର, ଏସ୍.ପାତ୍ର ସେଠାରେ ବାଙ୍ଗାଲୋର ଜିଲ୍ଲା ପ୍ରଶାସନର ସହାୟତାରେ ଶିଶୁ ମାନଙ୍କୁ ନେଇ ନିଜ ଜିଲ୍ଲା ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପହଞ୍ôଚଥିଲେ । ଏହି ସମସ୍ତ ଶିଶୁ ମୋହନା ଅଞ୍ଚଳର ଏବଂ ଏହି କେସ୍କୁ ନେଇ ମୋହନା ଥାନାରେ ଏଫଆଇଆର କରାଯିବ । କୋଭିଡ୍ ଗାଇଡଲାଇନ୍କୁ ଅନୁସରଣ କରି ଶିଶୁମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତି ଆଗରେ ଉପସ୍ଥାପନ କରାଯାଇଛି । ସେମାନଙ୍କ ପାଇଁ ଆବଶ୍ୟକ ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.