ବହୁଚର୍ଚ୍ଚିତ ନାବାଳିକା ଛାତ୍ରୀ ଯୌନ ନିର୍ଯାତନା ମାମଲା: ଅପରାଧୀ ଶିକ୍ଷକ ଙ୍କ ଗିରଫ ଦାବିରେ ମ. ରାମପୁର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଥାନା ଘେରାଉ

72

ମ. ରାମପୁର: ଗତ ମାର୍ଚ୍ଚ ମାସରେ ୧୩ ତାରିଖ ରେ ଏକ ନାବାଳିକା ଛାତ୍ରୀ ଯୌନ ନିର୍ଯାତନା ମାମଲା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବାରମ୍ବାର ଗଣମାଧ୍ୟମ ଗୁଡ଼ିକ ରେ ଖବର ପ୍ରସାରଣ ପରେ ବି ପୁଲିସ୍ ପ୍ରଶାସନ ଅପରାଧୀ ଶିକ୍ଷକ କୁ ଗିରଫ କରିବା ରେ ଵିଫଳ ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଯୋଉଥିପାଇଁ ଆଜି ମ. ରାମପୁର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଥାନା ଘେରାଉ କରି ଅଭିଯୁକ୍ତ ଶିକ୍ଷକ କୁ ଗିରଫ ଦାବିରେ ଧାରଣା ଦେଇଥିଲେ।    

ସୂଚନା ଥାଉ କି, କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ବାରବନ୍ଧା ଗ୍ରାମ ପଂଚାୟତର ବେଲଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀକୁ ଯୌନନିର୍ଯ୍ୟାତନା ମାମଲା ହେବା ପରେ, ସଂପୃକ୍ତ ଶିକ୍ଷକ ଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଯଦ୍ୱାରା ଜନ ଅସନ୍ତୋଷ ବୃଦ୍ଧି ପାଉଛି।

ଏନେଇ ଗତ ମାର୍ଚ୍ଚ ୧୩ ତାରିଖରେ ପରିବାର ଲୋକେ ପ୍ରଥମେ ନାବାଳିକା ନିଖୋଜ ହେଇଥିବାନେଇ ମ.ରାମପୁର ଥାନାରେ ଅଭିଯୋଗ ପରେ ସେହିଦିନ ହିଁ ନାବାଳିକା ଜଣଙ୍କୁ ନର୍ଲା ବ୍ଲକ ପଲମର ଏକ ଭଡ଼ାଘରୁ ଉଦ୍ଧାର କରାଯାଇଥିଲ । ତେବେ ଅଭିଯୁକ୍ତ ଶିକ୍ଷକ ଜଣକ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଅଛନ୍ତି । ସେ ଶିକ୍ଷକତା କରୁଥିବା ବେଲଗାଁ ସରକାରୀ ବିଦ୍ୟାଳୟରେ ଥିବା ତାଙ୍କରି ଏକ ବୋଲେରୋ ଗାଡ଼ିକୁ ପୋଲିସ ଜବତ କରି ରଖିଛି ।

ଅନ୍ୟପଟେ ନାବାଳିକା ଙ୍କ ପରିବାର ପକ୍ଷରୁ ଝିଅ ଙ୍କ ପ୍ରତିହେଇଥିବା ଅତ୍ୟାଚାର ର ଉପଯୁକ୍ତ ନ୍ୟାୟ ଦାବୀ କରୁଥିବାବେଳେ ଅଭିଯୋଗର ପ୍ରାୟ ଦୀର୍ଘ ଦିନ ପରେ ମଧ୍ୟ ମ.ରାମପୁର ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେଇଛି । ଅଭିଯୋଗକୁ ଭିତ୍ତିକରି କେସନଂ୫୧/୨୦୨୧ରେ ତଦନ୍ତ ଚାଲିଥିବା ଜଣାଯାଇଛି । ତେବେ ଆଜି ଏକ ପ୍ରତିନିଧି ଦଳ କେସିଙ୍ଗା ଏସଡ଼ିପିଓଙ୍କୁ ସାକ୍ଷାତ କରିବା ପରେ ସେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶୃତି ପରେ ଥାନା ଘେରାଉ ବନ୍ଦ କରାଯାଇଥିଲା ।

ଏଥିରେ ମ.ରାମପୁର ବ୍ଲକ କଂଗ୍ରେସ ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭାରତ ଭୂଷଣ ବେମାଲ, ପରମାନନ୍ଦ ମାଝୀ (ରାଜ୍ୟ ଆଦିବାସୀ ନେତା), ସୁକାନ୍ତି ସରାପ୍‌ (ଜିଲ୍ଲା ସଭାନେତ୍ରୀ, ତ୍ରିଲୋଚନ ପାଣିଗ୍ରାହୀ (ରାଜ୍ୟ ଯୁବକଂଗ୍ରେସ), ସାହେବ ଖାଁ, ପ୍ରକାଶ ମାଝୀ, ଯୁବନେତା ବିଭୂତି ଭୂଷଣ ମହାଖୁଡ଼, ଯଶୋଦା ନାଗ, ସଂଯୁକ୍ତା ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିବାବେଳେ ନାରାୟଣ ପ୍ରସାଦ ଅଗ୍ରୱାଲ, ଦିଲୀପ କୁମାର ମହାଖୁଡଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ରହିଥିଲେ । ଯଦି ଅଳ୍ପ ଦିନ ଭିତରେ ଏହି ଅଭିଯୁକ୍ତ ଶିକ୍ଷକକୁ ଗିରଫ କରାନଯାଏ ତେବେ ବଡ଼ ଧରଣର ଆନ୍ଦୋଳନ କରଯିବ ବୋଲି କଂଗ୍ରେସର ଥାନା ଘେରାଉ ଅବସରରେ ନେତାମାନେ ମତ ପ୍ରକାଶ କରିଛନ୍ତି।

Comments are closed.