ହୁଣ୍ଡି ଭାଙ୍ଗି ମାଉସୀ ମା’ ମନ୍ଦିରରୁ ଲୁଟ

0 69

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ମା’ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବଳଗଣ୍ଡିସ୍ଥିତ ମାଉସୀ ମା’ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ତାଲା କାଟି, ଆଲମିରା ଓ ହୁଣ୍ଡି ଭାଙ୍ଗି କେହି ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ ହୋଇଛି । ଚୋରି ନେଇ କୁମ୍ଭାରପଡ଼ା ଥାନାରେ ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି । ତେବେ କେତେ ପରିମାଣର ଚୋରି ହୋଇଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି । ମନ୍ଦିର ହୁଣ୍ଡିରୁ ଚୋରି ବେଳର ସିସିଟିଭି ଫୁଟେଜ ପୋଲିସର ହସ୍ତଗତ ହୋଇଛି । ଏଥିରେ ଜଣେ ବ୍ୟକ୍ତି ସ୍ପଷ୍ଟ ଭାବେ ଦେଖାଯାଉଛନ୍ତି । ବ୍ୟକ୍ତିଜଣକ ରାତିରେ ମନ୍ଦିରରେ ବ୍ୟାଗ୍ ଧରି ଯାଉଥିବା ଦେଖିବାକୁ ମିଳୁଛି । ଏହି ଫୁଟେଜ୍‌କୁ ନେଇ ଯାଞ୍ଚକୁ ଜୋରଦାର କରିଛି ପୋଲିସ ।

Leave A Reply

Your email address will not be published.