ଗାନ୍ଧୀ-ଗୋପବନ୍ଧୁଙ୍କ ଆଦର୍ଶ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ

0 66

କଟକ : ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ୟାଣ୍ଟନମେଣ୍ଟ ରୋଡ୍‌ର ଗୋପବନ୍ଧୁ ଛକରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଅନାବରଣ କରିଥିଲେ । ପରେ ବେଲଭ୍ୟୁଠାରେ ନବନିର୍ମିତ ପାର୍କରେ ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକୀ ସ୍ମାରକୀ ବ୍ରୋଞ୍ଜ ୱାଲ୍‌କୁ ଉଦଘାଟନ୍ କରିଛନ୍ତି ।

୨୮ ଲକ୍ଷ ଟଙ୍କା ବ୍ୟୟରେ ବ୍ରୋଞ୍ଜ ୱାଲକୁ ନିର୍ମାଣ କରିଛି ରାଜ୍ୟ ସଂସ୍କୃତି ବିଭାଗ । ଏଥିରେ ୧୦୦ ବର୍ଷ ତଳର ସଭାରେ ମହାତ୍ମା ଗାନ୍ଧି, କସ୍ତୁରବା ଓ ଗୋପବନ୍ଧୁଙ୍କ ଭଳି ଅବିକଳ ନକଲ ଦେଖିବାକୁ ମିଳିଛି । ମହାତ୍ମା ଗାନ୍ଧୀ କଟକ ଗସ୍ତରେ ଆସିଥିବା ବେଳେ କାଠଯୋଡି ନଦୀପଠାରେ କଟକବାସୀଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ଏହାର ସ୍ମୃତିକୁ ସାଇତିବା ନିମନ୍ତେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବ୍ରୋଞ୍ଜ ୱାଲ୍‌କୁ ନିର୍ମାଣ କରାଯାଇଛି । ଏଥିସହ ଏଠାରେ ନିର୍ମିତ ଏକ ସୁନ୍ଦର ପାର୍କ, ଓପନ ଥିଏଟର ଓ ବାଲୁକା କଳା ମଧ୍ୟ ପାର୍କ ପରିସରରେ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ଦୁଇଟି ସ୍ଥାନକୁ ଗସ୍ତ କରିବା ସହ ଗୋପବନ୍ଧୁଙ୍କ ମୂର୍ତ୍ତି ଏବଂ ସାଧାରଣ ସଭାର ବ୍ରୋଞ୍ଜ ୱାଲ୍‌କୁ ଉଦଘାଟନ କରିଛନ୍ତି ।

ଏଥିସହିତ ମୁଖ୍ୟମନ୍ତ୍ରୀ ସେଠାରେ ନିଜର ଦସ୍ତଖତ ମଧ୍ୟ କରିଛନ୍ତି । ସତ୍ୟ ଓ ଅହିଂସା ହେଉଛି ସାରା ବିଶ୍ୱକୁ ଭାରତର ଶ୍ରେଷ୍ଠ ଅବଦାନ । ଅହିଂସାର ପୂଜାରୀ ଭାବରେ ମହାତ୍ମା ଗାନ୍ଧୀ ସାରା ବିଶ୍ୱକୁ ନୂତନ ଦିଗ୍‌ଦର୍ଶନ ଦେଇଯାଇଛନ୍ତି ଏବଂ ଆଜିର ଦୁନିଆରେ ତାର ପ୍ରାସଙ୍ଗିକତା ଅଧିକ ଅନୁଭୂତ ହେଉଛି । ମହାତ୍ମା ଗାନ୍ଧୀ ୧୯୨୧ରୁ ୧୯୪୬ ମଧ୍ୟରେ ୮ଥର ଓଡିଶା ଆସିଥିଲେ ଏବଂ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଇ ରାଜ୍ୟର ସମସ୍ୟା ସଂପର୍କରେ ଭଲ ଭାବରେ ଅବଗତ ହୋଇଥିଲେ ।

ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନକୁ ମଧ୍ୟ ସେ ଦୃଢ ସମର୍ଥନ ଦେଇଥିଲେ । ଆଜି ଓଡିଶା ଦିବସ ଅବସରରେ ବିଂଶ ଶତାଦ୍ଦୀର ଦୁଇ ମହାପୁରୁଷ ଗାନ୍ଧୀ ଓ ଗୋପବନ୍ଧୁଙ୍କର ଆଦର୍ଶ ଓ ଚିନ୍ତାଧାରା ଯୁବ ସମାଜକୁ ଦେଶ ଓ ଜାତି ପାଇଁ ଅଧିକ ସମର୍ପିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଜନ ଆନ୍ଦୋଳନରେ ପରିଣତ ହେବ ବିକାଶ ପ୍ରକ୍ରିୟା: ନବୀନ

ଉତ୍କଳ ଦିବସ ଅବସରରେ ଭିଡିଓ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ‘ଓଡିଶା ଏବେ ଶାନ୍ତି ଓ ବିକାଶର ନୂଆ ପରିଚୟ ହୋଇଛି । ବିଭିନ୍ନ କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି । ବିକାଶର ନୂଆ ପରିଭାଷା ସାଜିଛି । ବିକାଶ କେବଳ ଏକ ସରକାରୀ ଆଭିମୁଖ୍ୟ ହେବା
ଉଚିତ ନୁହେଁ । ଜନସାଧାରଣ ହେଉଛନ୍ତି ବିକାଶର ଭାଗିଦାର । ଆମର ପ୍ରକୃତ ବିକାଶ ପାଇଁ ବିକାଶ ପ୍ରକ୍ରିୟାକୁ ଏକ ଜନ
ଆନ୍ଦୋଳନରେ ପରିଣତ କରିବାକୁ ହେବ ।

Leave A Reply

Your email address will not be published.