ରାଜ୍ୟର ୧୦ ଜିଲ୍ଲାରେ ଲାଗୁହେଲା ନାଇଟ୍‌ କର୍ଫ୍ୟୁ

0 77

ଭୁବନେଶ୍ବର ୦୩/୦୪ : ଓଡିଶାକୁ ଫେରିଲା ନାଇଟକଫ୍ୟୁ । ୧୦ ଜିଲ୍ଲା​‌ରେ ନାଇଟ୍‌ କର୍ଫ୍ୟୁ ଲାଗୁହେବା ନେଇ ଘୋଷଣା କରାଯାଇଛି । ୧୦ ଜିଲ୍ଲା ସୁନ୍ଦରଗଡ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ରାତି ୧୦ଟାରୁ ଭୋର ୫ ଟା ଯାଏଁ ରାଜ୍ୟର ଏହି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁହେବ । ଆସନ୍ତା ଏପ୍ରିଲ ୫ ତାରିଖରୁ ଏହି ନିୟମ ଲାଗୁ ହେବା ନେଇ ସୂଚନା ମିଳିଛି । ନାଇଟ କର୍ଫ୍ୟୁ ବେଳେ ଜରୁରୀ ସେବା ଚାଲୁ ରହିବ । ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ଧରି ଲଗାତାର ଭାବେ ସଂକ୍ରମିତଙ୍କ ସଂଖା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁହେବା ନେଇ ଘୋଷଣା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୨୨୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୮୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave A Reply

Your email address will not be published.