ଚିନ୍ତା ବଢାଇଲା ଛତିଶଗଡ଼

0 76

ଝାରସୁଗୁଡା : (ହିସ)ଓଡିଶାକୁ ଛତିଶଗଡ଼ ଟେନସନ । ଛତିଶଗଡ଼ରେ ଦୈନିକ କରୋନା ସଂକ୍ରମଣ ହୁ ହୁ ବଢି ବଢି ଚାଲିଛି । ଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ କୋଭିଡ଼-୧୯ ଆକ୍ରାନ୍ତ ଚିହ୍ନଟ । ଛତିଶଗଡ଼ରେ ଦିନକରେ ବାହାରିଲେ ୫୮୧୮ କରୋନା ଆକ୍ରାନ୍ତ । ଆକ୍ଟିଭ କେସ ୩୬ହଜାର ୩୧୨ । ଛତିଶଗଡ଼ର ରାୟପୁର ଏବଂ ଦୁର୍ଗ ବର୍ତ୍ତମାନ କରୋନା ହଟସ୍ପଟ ହେଲାଣି ।

ଦିନକରେ ରାୟପୁରରେ  ବାହାରିଲା ୨୨୮୭, ଆକ୍ଟିଭ କେସ ୧୦ ହଜାର ୨୯୧ ସେହିଭଳିଦୁର୍ଗରେ ବାହାରିଲା ୮୫୭,ଆକ୍ଟିଭ କେସ ୧୧ହଜାର ୧୩୮ ସେହିଭଳି ।ପଶ୍ଚିମ ଓଡିଶାର  ଲୋକେ ରାୟପୁର ଉପରେ ନିର୍ଭରଶୀଳ ଥିବାରୁ ଓଡିଶା-ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି ।

ଅନ୍ୟପଟେ ଦିନକୁ ଦିନ ଓଡ଼ିଶାରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା ।୨୪ ଘଣ୍ଟାରେ ରାଜ୍ୟରେ ୪୭୧ କରୋନା ପଜିଟିଭ ଚିହ୍ନଟ । ଏମାନଙ୍କ ମଧ୍ୟରୁ ୨୭୮ ଜଣ କ୍ଵାରାଣ୍ଟିନରେ ଥିବାବେଳେ ୧୯୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଛତିଶଗଡ଼ ସୀମାନ୍ତ ଜିଲ୍ଲା ସୁନ୍ଦରଗଡରେ ୮୫ ଜଣ, କଳାହାଣ୍ଡି ରେ ୫୦,ନୂଆପଡାରେ ୪୨ ଜଣ,ବଲାଙ୍ଗୀର ରେ ୩୬ଜଣ,ସମ୍ବଲପୁର ରେ୨୭,ଝାରସୁଗୁଡା୨୩,ନବରଙ୍ଗପୁରରେ ୧୭ ଜଣ, କୋରାପୁଟରେ ୭ ଜଣ,ବରଗଡ଼ରେ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୫ ଜଣ ସୁସ୍ଥ ହୋଇଥିବାବେଳେ ବର୍ତ୍ତମାନ ୩୦୮୫ଟି ସକ୍ରିୟ ମାମଲା ରହିଛି ।

ରାଜ୍ୟ ସରକାର ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଟି ସୀମାନ୍ତ ଜିଲ୍ଲା ଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସହ ସଂଯୁକ୍ତ ଥିବା ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ  ଶନିବାରଠାରୁ ସୀମାବର୍ତ୍ତୀ ଇଲାକାରେ ମାସ୍କ ଚେକିଂ କୁ କଡ଼ାକଡ଼ି କରାଯାଇଛି । ଏବେବି ପଶ୍ଚିମ ଓଡିଶା  ଲୋକମାନେ   ଛତିଶଗଡ଼ ରାଜଧାନୀ ରାୟପୁର ସହିତ ସିଧାସଳଖ ସଡକପଥ ,ରେଳପଥ ଏବଂ ଆକାଶ ପଥ ଦେଇ ଯିବା ଆସିବା କରୁଥିବା ବେଳେ ବର୍ତ୍ତମାନ କରୋନା ସଂକ୍ରମଣ ହୁ ହୁ ବଢିବା ପଶ୍ଚିମ ଓଡ଼ିଶାର ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଲାଣି ।

Leave A Reply

Your email address will not be published.