ଉପନିର୍ବାଚନ ପୂର୍ବରୁ ଜବତ ହେଲା ୫୦ ଲକ୍ଷ,ବିଜେଡିର ଅଭିଯୋଗ: ଧରାପଡ଼ିଥିବା ଦୁଇଜଣ ବିଜେପି କର୍ମୀ

0 73

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ତାତି ବଢ଼ୁଛି । ଏଭଳି ସ୍ଥିତିରେ ୫୦ଲକ୍ଷ ଟଙ୍କା ଜବତ ଘଟଣା ମହୋଲକୁ ଆହୁରି ସରଗରମ କରିଛି । ପିପିଲି ଅଞ୍ଚଳ ତାରାକାଜ ଛକରେ ପୋଲିସ ଚେକିଂ ବେଳେ ଜବତ ହୋଇଛି ୫୦ଲକ୍ଷ ଟଙ୍କା । ବାଇକ୍ରେ ଯାଉଥିବା ୨ଜଣ ବ୍ୟକ୍ତିଙ୍କୁ ରୁଟିନ୍ ଯାଞ୍ଚ ବେଳେ ମିଳିଥିଲା ଏହି ନଗଦ ୫୦ଲକ୍ଷ ଟଙ୍କା । ଏତେ ଟଙ୍କା କାହିଁକି ଓ କେଉଁଆଡେ ଏହି ୨ଜଣ ନେଇଯାଉଥିଲେ ତାହାର ତଦନ୍ତ ଚାଲିଛି ।

ଅନ୍ୟପକ୍ଷରେ ଧରାପଡ଼ିଥିବା ଦୁଇଜଣଙ୍କ ଫଟୋ ବିଜେପି ନେତାଙ୍କ ସହିତ ଦେଖିବାକୁ ମିଳୁଛି ବୋଲି ବିଜେଡି ଅଭିଯୋଗ କରିଛି । ଏଥିନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ୪ଜଣ ପ୍ରତିନିଧି ଦଳ ଭେଟି ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଏପରିକି ଅଭିଯୁକ୍ତଙ୍କ ସହ ବିଜେପି ପ୍ରାର୍ଥୀଙ୍କ ସମ୍ପର୍କ ଥିବା ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଅଟକ ଦୁଇଜଣ ବ୍ୟକ୍ତି ଏହି ବିଜେପି ପ୍ରାର୍ଥୀଙ୍କ ଅତି ଖାସ୍ ଲୋକ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଅନେକ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖିବାକୁ ମିଳିଛି । ଉପନିର୍ବାଚନରେ ଟଙ୍କା କାରବାରକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସସ୍ମିତ ପାତ୍ର, ଲେନିନ୍ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ସିଇଓଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିଛନ୍ତି ।

Leave A Reply

Your email address will not be published.