କାମ ଦେଲାନି ୧୪୪ ଧାରା : କୋଟିଆରେ ମତଦାନ କରାଇଲା ଆନ୍ଧ୍ର

0 66

କୋଟିଆ : ଓଡ଼ିଶାର ବିରୋଧ ସତ୍ତେ୍ୱ କୋଟିଆରେ ନିର୍ବାଚନ କରିଛି ଆନ୍ଧ୍ର । କରୋନା ଯୋଗୁ ଗତକାଲିଠାରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ତାହା ସତ୍ତେ୍ୱ ଆନ୍ଧ୍ର କୋଟିଆର ନେରଡିୱାଲସଠାରେ ପୁଲିଂ ବୁଥ୍ କରିବା ସହିତ ସେଠାରେ ନିର୍ବାଚନ କରିଛି । ନିର୍ବାଚନ ବେଳେ ପୋଲିସ ଓ
ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।

କୋଟିଆର କିଛି ଲୋକ ପୋଲିସ ସହିତ ଠେଲାପେଲା କରିଥିବା ସୂଚନା ମିଳିଛି । ଓଡ଼ିଶାର ବିରୋଧ ସତ୍ତେ୍ୱ ଆଜି କୋଟିଆରେ ଭୋଟ୍ ହେଉଛି । ଲୋକେ ଭୋଟ ଦେବା ପାଇଁ ଯିବାବେଳେ ଧସ୍ତାଧସ୍ତି ହୋଇଛନ୍ତି । ଅନ୍ୟପଟେ ଓଡ଼ିଶାର ବିରୋଧ ସତ୍ତେ୍ୱ ଆଜି କୋଟିଆରେ ପଡିବ ଭୋଟ୍ । ନିଜେ ଦେଇଥିବା ନିର୍ଦ୍ଦେଶରୁ ଓହରିଛନ୍ତି ଆନ୍ଧ୍ର ହାଇକୋର୍ଟ । ଆନ୍ଧ୍ର ସରକାରଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି । ପୂର୍ବ ନିର୍ଦ୍ଧାରିତ ବିଜ୍ଞପ୍ତି ଅନୁଯାୟୀ ଆଜି କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରିଥିଲା ଆନ୍ଧ୍ର । ଏହାକୁ ଓଡ଼ିଶାର ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି ।

Leave A Reply

Your email address will not be published.