ବାଲ୍ୟ ବିବାହ ନିଷେଧ ଆଇନ ସଚେତନତା ଶିବିର

0 65

ପାରଳାଖେମୁଣ୍ଡି, ୯ା୪ : “ସଖୀ ୱାନଷ୍ଟପ” ତରଫରୁ ବାଲ୍ୟ ବିବାହ ନିଷେଧ ଅଭିଯାନ ସମ୍ପର୍କରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସଖୀ ୱାନ ଷ୍ଟପ କେନ୍ଦ୍ରର ପରିଚାଳକ ଭାଗ୍ୟଲକ୍ଷ୍ମୀ ନାୟକ ଅଧ୍ୟକ୍ଷତା କରି କହିଥିଲେ ଯେ, ବାଲ୍ୟ ବିବାହ ଦ୍ୱାରା ମା ଓ ପିଲା ଅସୁରକ୍ଷିତ ହେଉଛନ୍ତି ଏଣୁ ବାଲ୍ୟ ବିବାହ ନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ୟୁଏନ୍ଏଫ୍ଏର ସଦସ୍ୟା ସଂଯୁକ୍ତା ତ୍ରୀପାଠୀ ବାଲ୍ୟ ବିବାହର ଆଇନ ଗତ ସମ୍ପର୍କରେ ବୁଝାଇଥିଲେ । କାଶୀନଗର ବ୍ଲକର ସଡିପିଓ କନକଲତା ପୁଜାରୀ ବାଲ୍ୟ ବିବାହକୁ ରୋକିବା କ୍ଷେତ୍ରରେ ସମସ୍ତେ ଏକାଠି ହୋଇ କାମ କରିବା ଦିଗରେ ପ୍ରାଞ୍ଜାଳ ଭାବରେ ବୁଝାଇଥିଲେ । କାଶୀନଗର ବ୍ଲକର ସୁପରଭାଇଜର ଇନ୍ଦିରା କୁମାରୀ ପାଣିଗ୍ରାହୀ, ମିନା କୁମାରି ଟହଲ, ସୁନୀତା ବେହେରା, ଶ୍ରୀଦେବି ରଇତ ପ୍ରମୁଖଙ୍କ ମାସଂଗନି ଗମାଙ୍ଗ, ମଞ୍ଜୁ ମିଶାଲ, ଜୟନ୍ତୀ ମହାପାତ୍ର, ପ୍ରମିଳା ଶବର,ଅର୍ଚ୍ଚନା ପଟ୍ଟନାୟକ ଙ୍କ ସମେତ ୫୪ ଗୋଟି ଅଙ୍ଗନୱାଡି କେନ୍ଦ୍ର ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.