କୋଭିଡ ସୁରକ୍ଷା ନିୟମକୁ କଡାକଡି ପାଳନ ପାଇଁ ଜିଲ୍ଲାପାଳ ଏବଂ ଆରୋକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯାନ

75

ରାୟଗଡ : ଦେଶରେ ପୁଣି ଥରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଦୃଷ୍ଟିରେ ରଖି କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ସାଧାରଣ ଜନତା ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ  ସ୍ୱତନ୍ତ୍ର ଅଭିଯାନ  ଆରମ୍ଭ କରାଯାଇଛି । ରାୟଗଡ ଜିଲ୍ଳାପାଳ ଶ୍ରୀ ସରୋଜ କୁମାର ମିଶ୍ର ଏବଂ  ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା  ମିଳିତ ଭାବେ ସହରର କପିଳାଶ ଛକରୁ ଆଭିଯାନ ଆରମ୍ଭ କରି ଅଭେରବ୍ରିଜ ତଳ, ରେଳ ଷ୍ଟେସନ, ଓ ଅଶୋକ ଟକିଜ  ସିନେମା ହଲରେ ଚଢ଼ାଉ କରିଥିଲେ  । 

କୋଭିଡ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଏବଂ ସଚେତନତା ସୃଷ୍ଟି କରାଯିବା ସହ କୋଭିଡ ନିୟମ ଉଂଲଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ  । ରାୟଗଡ ସହରର ସ୍ଥାନୀୟ କପିଳାଶ  ଛକ ଠାରେ ଆଜି  ଏହି ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଦିନରେ ମାସ୍କ ସହ  ଯାଂଚ କଡାକଡି କରାଯାଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର  ଓ ଏସ.ପି. ଶ୍ରୀ  ଶର୍ମା ନିଜେ ଚାଲି ଚାଲି  ଜାତୀୟ ରାଜପଥ କଡରେ ବସୁଥିବା ଉଠା ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବିିଭିନ୍ନ ଦୋକାନ  ଆଦିକୁ ଅଚାନକ ଗସ୍ତ କରି ମାସ୍କ ପିନ୍ଧି ନ ଥିବା  ଗ୍ରାହକ ଏବଂ କୋଭିଡ୍ ନିୟମ ପାଳନ କରୁ ନ ଥିବା ବ୍ୟବସାୟୀଙ୍କୁ ତାଗିଦ  କରାଯିବ  ଚେତାବନୀ ଦେଇଥିଲେ  ଓ ଜରିମାନା ଆଦାୟ କରିଥିଲେ । 

ପରେ ଉଭୟ ଅଶୋକ ଟକିଜ  ଯାଇ କୋଭିଡ ନିୟମ ପାଳନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଓ ଅଶୋକ ଟକିଜ କୁ ସିଲ କରିଥିଲେ । ସହରର ଦୋକାନ  ଭିତରେ ସାମାଜିକ ଦୂରତାକୁ ଏବଂ ମାସ୍କ ପରିଧାନ କରି ନ ଥିବା ଦୋକାନ, ଏବଂ ଅନ୍ୟାନ୍ୟ ଦୋକାନଗୁଡିକକୁ ଯାଇ ଗ୍ରାହକଙ୍କୁ ମାସ୍କ ପରିଧାନ କରି ଆସିବା ସହ ବ୍ୟବସାୟୀମାନେ ନିଜ ଦୋକାନରେ କମ ସଂଖ୍ୟକ କର୍ମଚାରୀରେ ସାମାଜିକ ଦୂରତା ବଜାୟ ରଖି ବ୍ୟବସାୟ କରିବା ଏବଂ ଗ୍ରାହକଙ୍କ ପାଇଁ ୬ଫୁଟ ବ୍ୟବଧାନରେ ଚିହ୍ନ କରି କୋଭିଡ ନିୟମ ପ୍ରକାରେ ବ୍ୟବସାୟ କରିବା ପାଇଁ କହିଥିଲେ ।

ଏହି  ଯାଂଚ କରିବା ବେଳେ ଅନେକ ଦୋକାନରେ ଗ୍ରାହକଙ୍କ ଗହଳି ରହିଥିବାରୁ କୋଭିଡ ନିୟମ ଉଂଲଘନ ଅଭିଯୋଗରେ ବ୍ୟବସାୟୀମାନଙ୍କଠାରୁ  ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ  । ରାୟଗଡ ଜିଲ୍ଳାରେ ତଥା ଜିଲ୍ଳା ସଦର ମହକୁମାରେ ବର୍ତମାନ ସୁଦ୍ଧା ସଂକ୍ରମିତଙ୍କ  ବେଶୀ ବଢିଆ ନଥିଲେ ମଧ୍ୟରେ ଆଗକୁ ସମସ୍ତଙ୍କ ସହଯୋଗ ରହିଲେ ସଂକ୍ରମଣ ବ୍ୟାପିବାରୁ ରୋକାଯାଇପାରିବ ବୋଲି ଉଭୟ ଜିଲ୍ଲାପାଳ ଏବଂ ଏସ. ପି. ପ୍ରକାଶ କରିଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନରେ ରାୟଗଡ ତହସିଲଦାର ଶ୍ରୀ ଉମାଶକାଙ୍କର ବେହେରା, ରାୟଗଡ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ୟାଶୀର ବିଲାଲ ଅହମଦ  ସମେତ ଅନ୍ୟମାନେ ପୋଲିସ କର୍ମଚାରୀ ଓ ପୌର କର୍ମଚାରୀ  ମାନେ  ଉପସ୍ଥିତ ରହିଥିଲେ ।

Comments are closed.