ବଡନାୟକ ଗୁଡାର ହାଟ ପଡିଆକୁ ନେଇ ବିବାଦ, ଚିନ୍ତାରେ ବ୍ୟବସାୟୀ

78

କୋରାପୁଟ : କୋରାପୁଟ ବ୍ଲକ ଅନ୍ତର୍ଗତ ବଡକେରେଙ୍ଗା ପଞ୍ଚାୟତ ବଡ଼ନାୟକ ଗୁଡାରେ ନୂତନ ହାଟ ସ୍ଥାପନ କରାଯାଇଛି । ଏହି ହାଟ ଉପରେ ଆଖ ପାଖ  ୩୦ ରୁ ଅଧିକ ଗ୍ରାମବାସୀ ଙ୍କ ସହିତ ଛୋଟ ଚାଷୀ ଓ ବେପାରୀ ଉପକୃତ ହେଉଛନ୍ତି ।ଏଠାକାର ଛୋଟ ଚାଷୀ ପନି  ପରିବା  ଉତ୍ପାଦନ କରି ଏହି ହାଟରେ  ବିକ୍ରି କରି ପରିବାର ପତିପୋଷଣ କରୁଛନ୍ତି । ଯେଉଁ ପଡିଆରେ ହାଟ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ଅନୁମତି ଦେଇଥିଲା, ସେହି ପଡିଆ ସପ୍ତମ ଭାରତୀୟ ରିଜର୍ଭ ବାଟାଲିୟନ ପଡିଆ । ବର୍ତମାନ ବାଟାଲିୟନ ଅଧିକାରୀ ଏଠାରେ ହାଟ କରିବା ପାଇଁ ମନା କରୁଛନ୍ତି । ଯାହା ଫଳରେ ଚାଷୀ ନାହିଁ ନଥିବା ଅସୁବିଧାର ଶମ୍ଭୁଖିନ ହେଉଛନ୍ତି । ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ବର୍ତ୍ତମାନ  ରାସ୍ତାର ୨ କଡ ଖରାରେ ପସରା ମେଲେଇ ବସୁଥିବା ଦେଖିବା ପାଇଁ ମିଳୁଛି । ଏହି ହାଟ ପ୍ରତ୍ୟକ ବୁଧବାର ଦିନ ହେଉଥିବା ବେଳେ ୧୫ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ହାଟ ପାଇଁ ଏକ ସୁରକ୍ଷିତ ଜାଗା ଯୋଗାଇ ଦେବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ପ୍ରଶାସନଙ୍କ ପାଖରେ ଗୁହାରି କରି ଆସୁଥିଲେ ମଧ୍ୟ ଜ଼ିଲ୍ଲା ପ୍ରଶାସନ କୌଣସି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଏଣୁ ଜ଼ିଲ୍ଲା ପ୍ରଶାସନ ଏକ ସ୍ଥାୟୀ ଜାଗା ଦେବା ସହିତ ହାଟ ପାଇଁ ଘର ଯୋଗାଇ ଦେବା ପାଇଁ ଦାବି ସ୍ଥାନୀୟ ଗ୍ରାମବାସୀ ଦାବି କରୁଛନ୍ତି ।

Comments are closed.