ଟ୍ରକ୍ ଓ ଅଦା ବୋଝେଇ ପିକଅପ୍ ଭ୍ୟାନରୁ ୯ କ୍ୱିଂଟାଲ ଗଞ୍ଜେଇ ଜବତ : ୮ ଗିରଫ

64

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ଛକ ପୋଖରୀବନ୍ଧ ଜାତୀୟ ରାଜପଥରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଏକ ଟ୍ରକ୍ ଓ ଏକ ଅଦା ବୋଝେଇ ପିକଅପ୍ ଭ୍ୟାନରୁ ୯ କ୍ୱିଂଟାଲ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣାରେ ସମ୍ପୃକ୍ତ ୮ ଜଣଙ୍କୁ ପୋଲିସ ଗିରଫ କରିଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଗଞ୍ଜେଇ ସହ ଗାଡି ଦୁଇଟିକୁ ମଧ୍ୟ ଜବତ କରିଛି ପୋଲିସ ।

Comments are closed.