ରେଳ ସଦନରେ ଖୋଲିଲା ଟୀକାକରଣ କେନ୍ଦ୍ର

????????????????????????????????????
49

ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଏପ୍ରିଲ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଟୀକା ଉତ୍ସବ ନିମନ୍ତେ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଧୀନରେ ପ୍ରଥମ କାର୍ଯ୍ୟାଳୟ କୋଭିଡ ଟୀକା କେନ୍ଦ୍ର ଖୋଲାଯାଇଛି । ପ୍ରଥମ ଦିବସ ଅର୍ଥାତ ୧୧ ଏପ୍ରିଲରେ ପୂର୍ବ ତଟ ରେଳପଥର ୮୩ ଜଣ କର୍ମଚାରୀଙ୍କୁ ଟୀକାକରଣ କରାଯାଇଛି ।

ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ର ଅର୍ବାନ ଟାସ୍କ ଫୋର୍ସ ରେଳ ସଦନ ସହିତ ଅନ୍ୟ ଦୁଇଟି ସ୍ଥାନ ଯାଂଚ କରି ପୂର୍ବ ତଟ ରେଳ ମୁଖ୍ୟାଳୟରେ କାର୍ଯ୍ୟକ୍ଷେତ୍ର ଟୀକାକରଣ କେନ୍ଦ୍ର ପାଇଁ ଅସ୍ଥାୟୀ ଭାବରେ ଅନୁମୋଦନ କରିଥିଲା । ଏହା କେବଳ କର୍ମଚାରୀଙ୍କ ପାଇଁ ପ୍ରଥମ କାର୍ଯ୍ୟକ୍ଷେତ୍ର ଟୀକାକରଣ କେନ୍ଦ୍ର ଅଟେ ।

୪୫ ବର୍ଷରୁ ଅଧିକ ବୟସର ସମସ୍ତ କର୍ମଚାରୀ ଯେଉଁମାନେ ଆଂଶିକ ଟୀକାକରଣ କରିଛନ୍ତି କିମ୍ବା ଟୀକାକରଣ କରିନାହାଁନ୍ତି, ସେମାନେ ରେଳ ସଦନର ଉଦୟଗିରି ହଲରେ ଟୀକାକରଣ ଶିବିରରେ ଭାଗନେଇ ଏହି ଉତ୍ସବକୁ ସଫଳ କରାଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଏହି ଟୀକା ପରିଚାଳନା ପାଇଁ ଯଥେଷ୍ଟ ସତର୍କତା ଏବଂ ଯତ୍ନଶୀଳ ହେବାକୁ ରେଳବାଇ ମେଡିକାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବ ତଟ ରେଳପଥର ପ୍ରମୁଖ ଚିକିତ୍ସା ନିର୍ଦ୍ଦେଶକ ଡକ୍ଟର କେ ସି ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Comments are closed.