ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର

0 70

ମୁମ୍ୱାଇ, ୧୨ ।୪: ଏନସିପି ସୁପ୍ରିମୋ ଶରଦ ପାୱାର (୮୦) ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଡାକ୍ତରଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ପାୱାରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରବିବାର ସେ ମୁମ୍ୱାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପାୱାରଙ୍କ ଗଲ୍ଫ ବ୍ଲାଡରରେ ଅପରେସନ ହେବ ବୋଲି ସୂଚନା ରହିଛି । ଏନସିପି ନେତା ନୱାବ ମଲିକ ଏହି ସୂଚନା ଦେଇଛନ୍ତି । ଆଜି ପାୱାରଙ୍କର ଅପରେସନ ହେବ ବୋଲି ସୂଚନା ରହିଛି । ଗତ ମାସରେ ମଧ୍ୟ ପେଟ ସମସ୍ୟା ପାଇଁ ପାୱାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଉ ହସ୍ପିଟାଲରୁ ଡିସଚାର୍ଜ ହେବାର ୭ ଦିନ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଏହାପରେ ପାୱାରଙ୍କ ଗଲ୍ପ ବ୍ଲାଡର ଅପରେସନ କରିବାକୁ ଡାକ୍ତର ନିଷ୍ପତ୍ତି ନେଇଥିଲେ । ଏବେ ୧୪ ଦିନ ପରେ ପାୱାରଙ୍କର ଅପରେସନ ହେବାକୁ ଯାଉଛି । ସୂଚନାଯୋଗ୍ୟ, ଗତ ମାସ ମାର୍ଚ୍ଚ ୩୦ରେ ପାୱାରଙ୍କର ଷ୍ଟୋନ ଅପରେସନ ହୋଇଥିଲା । ଏହି ହସ୍ପିଟାଲରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ପାୱାର ଭର୍ତ୍ତି ହୋଇଥିଲେ । ପେଟରେ ସମସ୍ୟା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନଡୋସ୍କୋପି ହେବା ପରେ ଜଣାପଡ଼ିଥିଲା ପାୱାରଙ୍କର ଷ୍ଟୋନ ଅପରେସନ ହେବ ।

Leave A Reply

Your email address will not be published.