ଲୋକଙ୍କ ପ୍ରତି ଦିଦିଙ୍କ ତିକ୍ତତା ବଢ଼ିଛି

0 69

କୋଲକାତା, ୧୨ ।୪ : ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏକ ନିର୍ବାଚନୀ ରାଲିରେ ଯୋଗଦେଇ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଗତ ୪ଟି ପର୍ଯ୍ୟାୟ ମତଦାନରେ ଦିଦିଙ୍କ ପାର୍ଟି ବେଙ୍ଗଲବାସୀଙ୍କ ଆସ୍ଥା ଭାଜନ ହେବାରେ ଅକ୍ଷମ ହୋଇଛି । ପଶ୍ଚିମବଙ୍ଗରେ ଲୋକମାନଙ୍କ ପ୍ରତି ଦିଦିଙ୍କ ତିକ୍ତତା ବଢିଛି । ଟିଏମସି କାର୍ଯ୍ୟକର୍ତ୍ତାମାନଙ୍କ ଉପଦ୍ରବ ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି ।
ପ୍ରଧାମନ୍ତ୍ରୀ ମୋଦି କହିଛନ୍ତି, “ଶେଷ ହୋଇଥିବା ୪ଟି ପର୍ଯ୍ୟାୟ ନିର୍ବାଚନରେ ବିଜେପି ୧୦୦ରୁ ଉଦ୍ଧ୍ୱର୍ ଆସନରେ ବିଜୟୀ ହେବ । ମା’ କୁ ନିର୍ଯ୍ୟାତନା, ମାଟିକୁ ଲୁଟ୍, ଲୋକଙ୍କୁ ହତ୍ୟା କରିବାରେ ବିଶ୍ୱାସ କରନ୍ତି ଦିଦି । ନନ୍ଦୀଗ୍ରାମବାସୀ ଦିଦିଙ୍କୁ ଉଚିତ ଜବାବ ଦେଇଛନ୍ତି । ନିର୍ବାଚନ ଫଳାଫଳରେ ତାହା ପ୍ରକାଶ ପାଇବ । ମୋଦି କହିଛନ୍ତି, “ସେଣ୍ଟ୍ରାଲ ଫୋର୍ସ ବିରୁଦ୍ଧରେ ବେଙ୍ଗଲବାସୀଙ୍କୁ ଉସକାଉଛନ୍ତି ଦିଦି । କୋଚ୍ ବିହାରରେ ଏପ୍ରିଲ ୧୦ ତାରିଖରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ସିଆଇଏସ୍ଏଫ୍କୁ ଦୋଷ ଦେଉଛନ୍ତି ମମତା ବାନାର୍ଜ ଯାହାକି ଦୁର୍ଭାଗ୍ୟଜନକ । ଏହାଛଡା ବେଙ୍ଗଲରେ ଅନୁସୂଚିତ ଜାତିର ଲୋକଙ୍କୁ ଗାଳି ଦେବାକୁ ପଛାଇ ନାହାନ୍ତି ଦିଦି । ସେମାନଙ୍କୁ ଭିକାରୀ କହିବାକୁ ପଛାଉନାହାନ୍ତି । ଦିଦିଙ୍କ ପାର୍ଟି ବାବା ସାହେବ ଭୀମରାଓ ଆମ୍ୱେଦକରଙ୍କୁ ଅପମାନ କରିଛନ୍ତି । ସୂଚନା ଯୋଗ୍ୟ ଟିଏମସି ନେତ୍ରୀ ସୁଜାତା ମଣ୍ଡଳ ଅନୁସୂଚିତ ଜାତିର ଲୋକମାନଙ୍କୁ “ଭିକାରୀ’ର ଆକ୍ଷା ଦେଇଥିଲେ । ଏଭଳି ବୟାନ ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ମମତାଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

Leave A Reply

Your email address will not be published.